ଏକଜିଟ୍ ପୋଲ ଦେଖି ପୁଣି ଇଭିଏମ୍ ପ୍ରସଙ୍ଗ ଉଠାଇଲେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଏକଜିଟ୍ ପୋଲ ଦେଖି ପୁଣି ଇଭିଏମ୍ ପ୍ରସଙ୍ଗ ଉଠାଇଲେ ବିରୋଧୀ

ନୂଆଦିଲ୍ଲୀ: ୧୯ ତାରିଖ ଦିନ ପ୍ରକାଶ ପାଇଥିବା ଚଳିତ ସାଧାରଣ ନିର୍ବାଚନର ଏକଜିଟ ପୋଲକୁ ନେଇ ବିରୋଧୀ ପୁଣି ଇଭିଏମ୍ ପ୍ରସଙ୍ଗ ଉଠାଇଛନ୍ତି। ଆଜି ପୁଣି ବିଜେପି ବିରୋଧୀ ଦଳ କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଆଞ୍ଚଳକ ଦଳ ଗୁ଼ଡ଼ିକ ଭଲ ପ୍ରଦର୍ଶ କରିବ ବୋଲି ଆଶା ରହିଥିଲା, ହେଲ ଏକଜିଟ ପୋଲରେ ଏହାର ବିପରୀତ ଦେଖି ଏବେ ଇିଭିଏମ୍ ଓ ଭଭିପ୍ୟାଟ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ।

ନିକଟରେ ପ୍ରକାଶ ପାଇଥିବା ଏକଜିଟ ପୋଲର ରିପୋର୍ଟ ଅନୁଯାୟୀ ଏନ୍‌ଡିଏ ୩୦୪ଟି ଆସନ ଜିତିବାର ସମ୍ଭାବନା ଥିବା ବେଳେ ୟୁପିଏ ୧୧୮ଟି ଓ ଅନ୍ୟାନ୍ୟ ଦଳ ୧୨୦ଟି ଆସନ ଜିତିବ ବୋଲି ପୂର୍ବାନୁମାନ ହୋଇଛି।

ତେବେ ଏହି ବୁଥ ବାହୁ଼ଡ଼ା ମତକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଏକଜିଟ ପୋଲ କେବେ ଏକଜାଟ ପୋଲ ହୋଇନଥାଏ। ଏହା ଶାସକ ଦଳ ବିଜେପିକୁ ଖୁସି କରାଇବା ପାଇଁ ଏପରି ଫଳାଫଳ ପ୍ରକାଶ କରାଯାଇଛି। ସେହିପରି ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତଥା ଟିଡିପି ସୁପ୍ରିମୋ ପ୍ରତିକ୍ରିୟାରେ କହିଥିଲେ ବିରୋଧୀ ଇଭିଏମ୍-ଭଭିପ୍ୟାଟର ୫୦ ପ୍ରତିଶତ ଭୋଟ ମିଳାଇବା ପାଇଁ ବାରମ୍ୱାର ନିର୍ବାଚନ କମିଶନଙ୍କ ନିକଟରେ ଦାବି କରୁଛନ୍ତି। ହେଲେ ନିର୍ବାଚନ କମିଶନ ବିରୋଧୀଙ୍କ ଦାବିକୁ ଗୁରୁତ୍ୱ ନଦେବା ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି ବୋଲି ସେ କହିଥିଲେ।

ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ମଧ୍ୟ ଇଭିଏମ ପ୍ରସଙ୍ଗ ଉଠାଇ ଇଭିଏମ ସହିତ ଭିଭିପ୍ୟାଟର ୫୦ ପ୍ରତିଶତ ଭୋଟ ମିଳାଇବା ପାଇଁ ଦାବି କରିଛନ୍ତି।

ଗତକାଲି ଏକଜିଟ ପୋଲ ଦେଖି ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ କଂଗ୍ରେସ ବିଜେପି ବିରୋଧୀ ଦଳ ଗୁଡ଼ିକୁ ବୈଠକ ଡକାଇଥିଲା। ହେଲେ ବିଏସପି, ଟିଏମସି ଏହି ବୈଠକକୁ ଆସିନଥିଲେ। ଯାହାକି ବିରୋଧୀଙ୍କ ଏକକୀକରଣ ଉପରେ ପ୍ରଶ୍ନ ଉଠାଇଛି। ଏହି ବୈଠକ ୨୪ ତାରିଖ ଦିନ ହେବ ବୋଲି ଜଣାପଡ଼ିଛି।

ସେହିପରି ଆଜି ନିର୍ବାଚନ କମିଶନଙ୍କ ନିକଟକୁ ଯେଉଁ ବିରୋଧୀ ଦଳ ଯିବେ ସେଥିରେ ଟିଏମସିରୁ ଡାରେକ ଓବ୍ରେନ ଯୋଗ ଦେବେ ବୋଲି ସୂଚନା ମିଳିଥିବା ବେଳେ ବହୁଜନ ସମାଜ ପାର୍ଟି ଏବଂ ସମାଜବାଦୀ ପାର୍ଟିର ନେତା ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।



from Odisha Reporter http://bit.ly/2WUui9B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages