ମାଟି ତଳୁ ମହିଳାଙ୍କ ଶବ ଉଦ୍ଧାର; ସ୍ୱାମୀ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 12, 2019

ମାଟି ତଳୁ ମହିଳାଙ୍କ ଶବ ଉଦ୍ଧାର; ସ୍ୱାମୀ ଅଟକ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ବନ୍ଧସାହି ଗାଁର ମାଟି ତଳୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ପାର୍ବତୀ ମଲ୍ଲିକ। ପାର୍ବତୀଙ୍କ ବାପ ଘର ଓ ଶ୍ୱଶୁର ଘର ବନ୍ଧସାହି ଗାଁରେ ବୋଲି ଜଣାଯାଇଛି।

ପାର୍ବତୀ ୨୦୦୯ ମସିହାରେ ବନ୍ଧସାହି ଗାଁର ଚିତ୍ରସେନ ମଲ୍ଲିକଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି। ପାର୍ବତୀ ଓ ଚିତ୍ରସେନଙ୍କ ମଧ୍ୟରେ ବିଭିନ୍ନ ସମୟରେ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ ଓ ବଚସା ହେଉଥିଲା। ଏନେଇ ପାର୍ବତୀ ନିଜ ପରିବାର ଲୋକଙ୍କୁ ଜଣାଉଥିଲେ। ତେବେ ଗତ ଜୁନ ୮ ତାରିଖରେ ପାର୍ବତୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା, ବାପ ଘର ଲୋକେ ଖବର ପାଇଥିଲେ। ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ପାର୍ବତୀଙ୍କର ମୃତ୍ୟୁ ହୋଇଯାଇଥିଲା।ମୃତଦେହ ବ୍ୟବଚ୍ଛେଦ ନ କରି ଶାଶୁଘର ଲୋକେ ପୋତି ଦେଇଥିଲେ। ଏନେଇ ପାର୍ବତୀଙ୍କ ପରିବାର ଲୋକେ ନିକିରାଇ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୁଲିସ ଗାଁ ଶ୍ମଶାନରେ ପହଞ୍ଚି ମାଟିତଳୁ ଶବ ଜବତ କରିଥିଲା।ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ ଚିତ୍ରସେନଙ୍କୁ ଅଟକ ରଖି ପଚରାଉଚରା କରୁଛି।



from Odisha Reporter http://bit.ly/2KKb8A8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages