ବାରମ୍ୱାର ମୁହଁ ଧୋଇବା ହୋଇପାରେ କ୍ଷତିକାରକ, ଜାଣିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 12, 2019

ବାରମ୍ୱାର ମୁହଁ ଧୋଇବା ହୋଇପାରେ କ୍ଷତିକାରକ, ଜାଣିଛନ୍ତି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ବାହାରୁ ଘରକୁ ଆସିଲେ, କିମ୍ୱା ଟିକେ ଝାଳ ଲାଗିଲେ ଆମେ ମୁହଁ ବାରମ୍ବାର ଧୋଇଥାଉ। ଏହାଦ୍ୱାରା ତ୍ୱଚା ଅଏଲ ଫ୍ରି ହେବା ସହ ମଇଳା ମଧ୍ୟ ଜମି ନ ଥାଏ। କିନ୍ତୁ ମୁହଁ କେତେଥର ଧୋଇଲେ ଏହା ଆମ ତ୍ୱଚାରେ ଚମକ ଆଣିଥାଏ, ଅଧିକ ଧୋଇଲେ ଏହାର ନକରାତ୍ମକ ପ୍ରଭାବ ତ ପଡିନଥାଏ, ଏସବୁ ସମସ୍ୟାର ସମାଧାନ ବିଷୟରେ ଜାଣିଛନ୍ତି କି?

ଯଦି ଆପଣଙ୍କ ସ୍କିନ ଅଏଲି, ତେବେ ଆପଣ ଦିନକୁ ୨ ଥର ମୁହଁ ଧୋଇ ପାରିବେ। ଏହାଦ୍ୱାର ଆପଣଙ୍କ ତ୍ୱଚା ଗ୍ଲୋ କରିବା ସହ ମୁହଁରେ ଚମକ ବଜାୟ ରହିବ। କିନ୍ତୁ ଯେଉଁମାନଙ୍କ ତ୍ୱଚା ଡ୍ରାଏ ସେମାନେ ଦିନକୁ ଥରେ ମୁହଁ ଧୋଇବା ଆବଶ୍ୟକ। ବାରମ୍ୱାର ମୁହଁ ଧୋଇଲେ ସ୍କିନ ଡ୍ରାଏ ହେବା ସହ ପୋଡିବା ପରି ସମସ୍ୟା ମଧ୍ୟ ଦେଖାଯାଏ।

ଯେଉଁମାନଙ୍କ ତ୍ୱଚା ବହୁତ ନମନୀୟ, ସେମାନେ ଦିନକୁ ଅଧିକ ଥର ମୁହଁ ଧୋଇଲେ, ଏହା ରୁକ୍ଷ ହୋଇଯାଏ। ଏକ୍ସପର୍ଟଙ୍କ କହିବାନୁଯାୟୀ, ଦିନକୁ ଅତି କମ୍‌ରେ ୨ ଥର ମୁହଁ ଧୋଇବା ଆବଶ୍ୟକ। ଥରେ ସକାଳେ ଓ ଥରେ ସନ୍ଧ୍ୟାରେ। ସକାଳୁ ମୁହଁ ଧୋଇଲେ ମୁହଁରେ ଜମିଥିବା ମଇଳା ନିର୍ଗତ ହୋଇଯାଇଥାଏ ଓ ଆମକୁ ଫ୍ରେଶ ଲାଗିଥାଏ।

ଫେଶୱାଶର ବ୍ୟବହାର କରିବା ସମୟରେ ପ୍ରଥମେ ହାତକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାଦ୍ୱାରା ହାତରେ ଥିବା ମଇଳା ମୁହଁ ପର୍ଯ୍ୟନ୍ତ ଯାଇ ନ ଥାଏ। ସବୁବେଳେ ଯଥାସାଧ୍ୟ ଚେଷ୍ଟା କରନ୍ତୁ, ମୁହଁକୁ ପ୍ରଥମେ ପାଣିରେ ଧୋଇ ଦିଅନ୍ତୁ ଏହାପରେ ଫେଶୱାଶ ବ୍ୟବହାର କରନ୍ତୁ।

ଫେଶୱାଶ ଲଗାଉଥିଲେ ପ୍ରଥମେ ଏହାକୁ ଚେହେରାରେ କିଛି ସମୟ ଛାଡି ଦିଅନ୍ତୁ। ଅତି କମ୍‌ରେ ୨ ମିନିଟ୍‌ରେ ମୁହଁକୁ ହାଲକା ଭାବେ ରଗଡି ଧୋ ଦିଅନ୍ତୁ।

ଆବଶ୍ୟକତରଠାରୁ ଅଧିକ ସମୟ ମୁହଁକୁ ଧୁଅନ୍ତୁ ନାହିଁ। ଏହା ଚେହେରା ଲାଗି କ୍ଷତିକାରର ହୋଇଥାଏ।

ଯଦି ଆପଣଙ୍କ ତ୍ୱଚା ବହୁତ ସମ୍ୱେଦନଶୀଳ, ତା ହେଲେ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଭଲ ବେବି ସୋପରେ ବି ମୁହଁ ଧୋଇ ପାରିବେ।



from Odisha Reporter http://bit.ly/2F6Ysj3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages