ଦୁଇଟି ବସ୍‌ ମୁହାଁମୁହିଁ ଧକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 31, 2019

ଦୁଇଟି ବସ୍‌ ମୁହାଁମୁହିଁ ଧକ୍କା

ସମ୍ୱଲପୁର(ସମୀର ଷଡ଼ଙ୍ଗୀ): ସମ୍ୱଲପୁର ଜିଲ୍ଲା ମାନେଶ୍ୱରର ଭବାନୀପାଲି ଠାରେ ଦୁଇଟି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳ ପ୍ରାୟ ୬ଟାରେ ଏହି ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱରରୁ-ବରଗଡ଼ ଯାଉଥିବା ‘ମିନୁ’ ଓ ସମ୍ୱଲପୁରରୁ ଅନୁଗୋଳ ଯାଉଥିବା ‘ଉଷା’ ବସ୍‌ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ତେବେ କେଉଁ କାରଣରୁ ଏ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ିନି।

ଜୁଲାଇ ୨୭ ତାରିଖରେ ‘ଦିଲ୍‌ଖୁସ୍‌’ ନାମକ ଏକ ବସ୍‌ ସମ୍ବଲପୁରର ଯୁଯୁମରା ନିକଟରେ ଓଲଟି ପଡ଼ିବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ।

 



from Odisha Reporter https://ift.tt/332eqp5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages