ଘର କରିବା ସମୟରେ ମାଟିରୁ ସାପ ବାହାରିଲେ ହୋଇଥାଏ ଏହି କ୍ଷତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 31, 2019

ଘର କରିବା ସମୟରେ ମାଟିରୁ ସାପ ବାହାରିଲେ ହୋଇଥାଏ ଏହି କ୍ଷତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦର ଘରଟିଏ ତିଆରି କରିବା ପାଇଁ ସମସ୍ତେ ସ୍ୱପ୍ନ ଦେଖନ୍ତି। ଆଉ ଘର କଲା ବେଳେ ଅଧିକାଂଶ ଲୋକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ଘରର ମୁଖ୍ୟ ଦ୍ୱାର କେଉଁ ଦିଗରେ ରହିବ, କେଉଁ ରୁମ୍ କେଉଁ ଦିଗରେ ରହିବ, କୂଅ ବା ନଳକୂଅ ଘରର କେଉଁ ଦିଗରେ ରହିବ- ଏସବୁ ପ୍ରତି ସେମାନେ ଖୁବ୍ ଗୁରୁତ୍ୱ ଦିଅନ୍ତି। ତେବେ ଆଜି ଆମେ ବାସ୍ତୁ ଅନୁସାରେ ଆଉ କିଛି କଥା ଉପରେ ଆପଣମାନଙ୍କୁ କହିବୁ, ଯେଉଁଗୁଡ଼ିକୁ ଆପଣ ଘର ନିର୍ମାଣ ବେଳେ ଧ୍ୟାନ ଦେଲେ, ପରବର୍ତ୍ତୀ ସମୟରେ ଏହାଯୋଗୁ ଘଟିବାକୁ ଥିବା ଅଘଟଣକୁ ଏଡ଼ାଇ ଦିଆଯାଇପାରିବ।

୧. ଘର ତିଆରି ପାଇଁ ମାଟି ଖୋଳିବା ସମୟରେ ଯଦି ସାପ ବାହାରେ, ତା’ହେଲେ ଏହା ଭବିଷ୍ୟତରେ ଦୁର୍ଘଟଣା ଘଟିବାର ସଙ୍କେତ ଦେଇଥାଏ। ଏଥିପାଇଁ ସର୍ପ ଶାନ୍ତି ଯଜ୍ଞ କରି ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ାନ୍ତୁ।

୨. ଯଦି ମାଟିତଳୁ ହାଡ଼ କିମ୍ୱା ପାଉଁଶ ବାହାରୁଛି, ତେବେ ଶାନ୍ତି ଯଜ୍ଞ କରି ନିର୍ମାଣ କାର୍ଯ୍ୟକୁ ଆଗକୁ ବଢ଼ାନ୍ତୁ। ନ ହେଲେ ପରେ କିଛି ଅଘଟଣ ଘଟିପାରେ।

୩. ଅଧିକ ପଥୁରିଆ ଭୂମିରେ ଘର ତିଆରି ନ କଲେ ଭଲ। କାରଣ ପରବର୍ତ୍ତୀ ସମୟରେ ଘରେ ବିଭିନ୍ନ ସମସ୍ୟା ଲାଗି ରହିବାର ଆଶଙ୍କା ଥାଏ।

୪. ଆୟତାକାର ବା ବର୍ଗାକାର ଜାଗାରେ ଘର କଲେ ଭଲ। ମନେ ରଖନ୍ତୁ ତ୍ରିକୋଣ ଆକାରର ଜମିରେ ଘର ନ କରିବାକୁ ଚେଷ୍ଟା କରନ୍ତୁ। ସେହିପରି ଆୟତାକାର ଓ ବର୍ଗାକାର ହୋଇ ନଥିବା ଜମିରେ ଘର କଲେ ଘରର ସଦସ୍ୟମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି।

୫.  ଘରର ଉତ୍ତର-ପୂର୍ବ ଦିଗକୁ ଖୋଲା ରଖନ୍ତୁ। ଘରର ମଧ୍ୟ ଭାଗରେ କୌଣସି ଗାତ ବା ଖାଲ ସ୍ଥାନ ରଖନ୍ତୁ ନାହିଁ। ସେହିପରି ଘରର ମଧ୍ୟ ଭାଗରେ କୌଣସି ଓଜନିଆ ଜିନିଷ ରଖନ୍ତୁ ନାହିଁ। ନହେଲେ ଘରର ମୁଖିଆ ସର୍ବଦା ଅସୁସ୍ଥ ରହିପାରନ୍ତି।

୬. ଘରର କାନ୍ଥକୁ ଲାଗି କୂଅ ଖୋଳନ୍ତୁ ନାହିଁ। ଏହାଦ୍ୱାରା ଘର ଲୋକେ ସବୁବେଳେ ମାନସିକ ଚାପରେ ରହିବାର ଆଶଙ୍କା ଥାଏ।

୭. ଘରର ମୁଖ୍ୟ ଦ୍ୱାରକୁ ଅଧିକ ବଡ଼ ବା ଉଚ୍ଚ କରନ୍ତୁ ନାହିଁ। ଏହା ଶୁଭ ଫଳ ପ୍ରଦାନ କରି ନଥାଏ।



from Odisha Reporter https://ift.tt/2GHKvJo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages