ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 31, 2019

ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଆଜିଠୁ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ। ବଉଳା କୁମ୍ଭୀରର ପ୍ରଜନନ ପାଇଁ ଗତ ମେ’ ୧ ତାରିଖରୁ ଜୁଲାଇ ୩୧ ଯାଏ ଅଭୟାରଣ୍ୟ ବନ୍ଦ ରହିଥିଲା। ଚଳିତ ବର୍ଷ ୨୩ଟି ଘରୋଇ ଓ ୫ଟି ସରକାରୀ ବୋଟ୍‌ ବ୍ୟବସ୍ଥା ପର୍ଯ୍ୟଟକ ମାନଙ୍କ ପାଇଁ ନିୟୋଜିତ କରାଯାଇଛି। ତେବେ ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ରାସ୍ତା ଦେଇ ପର୍ଯ୍ୟଟକ ଅଭୟାରଣ୍ୟକୁ ଆସିପାରିବେ।

ଏଥିସହିତ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ପାଇଁ ଫଟୋ ପରିଚୟ ପତ୍ର ଓ  ବୋଟ୍‌ରେ ଯିବା ବେଳେ ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳକ କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



from Odisha Reporter https://ift.tt/2YyDy7w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages