୨ ଟି କଦଳୀକୁ ୪୨୨ ଟଙ୍କାରେ ବିକିଥିବା ହୋଟେଲକୁ ୨୫ ହଜାର ଟଙ୍କା ଜୋରିମାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 28, 2019

୨ ଟି କଦଳୀକୁ ୪୨୨ ଟଙ୍କାରେ ବିକିଥିବା ହୋଟେଲକୁ ୨୫ ହଜାର ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ରାହୁଲ ବୋଷ ନିକଟରେ ୨ଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ। ଏହି ମାମଲାରେ ଚଣ୍ଡିଗଡର ପଞ୍ଚ ତାରକା ହୋଟଲ ଜେଡବ୍ଲ୍ୟୁ ମ୍ୟାରିଅଟ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଯାଇଛି। ଚଣ୍ଡିଗଡର ଅବକାରୀ ଓ କର ବିଭାଗ ଏହି ଜୋରିମାନା ଲଗାଇଛି। ସିଜିଏସଟିର ଧାରା ୧୧ ଉଲ୍ଲଂଘନ କରିଥିବା ଅଭିଯୋଗରେ ହୋଟେଲ ବେଆଇନ ଭାବରେ ଏହି ବିଲ୍ ତିଆରି କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କଦଳୀ ଜିଏସଟି ପରିସରଭୁକ୍ତ ନୁହେଁ। କିନ୍ତୁ ହୋଟେଲ କତ୍ତୃପକ୍ଷ କଦଳୀକୁ ଜିଏସଟି ପରିସରଭୁକ୍ତ କରିଥିଲେ।

ନିକଟରେ ବଲିଉଡ ଅଭିନେତା ରାହୁଲ ବୋଷ ଏକ ଫିଲ୍ମର ଶୁଟିଂ ପାଇଁ ଚଣ୍ଡିଗଡ଼ ଯାଇଥିଲେ। ସେଠାରେ ଥିବା ପଞ୍ଚ ତାରକା ହୋଟେଲରେ ରାହୁଲ ରହିଥିଲେ। ଜିମରେ ଅଭ୍ୟାସ କରିବା ପରେ ସେ ଦୁଇଟି କଦଳୀ ଅର୍ଡର କରିଥିଲେ।

ହେଲେ ୱେଟର ଯେତେବେଳେ ଏହି କଦଳୀ ଦୁଇଟିର ବିଲ୍‌ ଦେଇଥିଲେ, ତା’କୁ ଦେଖି ରାହୁଲ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। କାରଣ ଏହି ଦୁଇଟି କଦଳୀର ମୂଲ୍ୟ ୪୨୨.୫୦ ଟଙ୍କା ରହିଥିଲା। ରାହୁଲ ଏହି ଘଟଣାକୁ ଭିଡିଓ ମେସେଜ୍‌ ଦ୍ୱାରା ସୋଶାଲ ମିଡିଆରେ ଶେୟାର କରିଥିଲେ।

ଏହାପରେ ଚଣ୍ଡିଗଡର ଅବକାରୀ ଏବଂ କର ବିଭାଗ ନିଜ ତରଫରୁ ବିଲର ଯାଞ୍ଚ କରି ଏହି ଜୋରିମାନା ଲଗାଇଥିଲେ।



from Odisha Reporter https://ift.tt/2ZeMkVe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages