ଏନକାଉଣ୍ଟର ଭୟ, ୧୪୦ରୁ ଅଧିକ ଅଭିଯୁକ୍ତଙ୍କ ଆତ୍ମସମର୍ପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 28, 2019

ଏନକାଉଣ୍ଟର ଭୟ, ୧୪୦ରୁ ଅଧିକ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ରାମପୁର: ଦୁଷ୍କର୍ମ, ଗୋହତ୍ୟା, ଅପହରଣ, ବେଆଇନ ଖନନ ଆଦି ବିଭିନ୍ନ ମାମଲାରେ ଜଡ଼ିତ ୧୪୦ରୁ ଅଧିକ ଅଭିଯୁକ୍ତ ଉତ୍ତର ପ୍ରଦେଶ ରାମପୁର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଜୁନ୍ ୧ରୁ ଜୁଲାଇ ୧୫ ମଧ୍ୟରେ ଏହି ଅଭିଯୁକ୍ତ ମାନେ ଆତ୍ମସମର୍ପଣ କରିଛନ୍ତି।

ପୁଲିସ ଅଧିକାରୀ ଅଜୟ ପାଲ ଶର୍ମା କହିଛନ୍ତି ପୁଲିସ ଗୁଳିର ସାମ୍ନା କରୁଥିବା ଅପରାଧୀଙ୍କ ମଧ୍ୟରେ କୌଣସି କାରଣରୁ ଭୟ ସୃଷ୍ଟି ହୋଇଥିବାରୁ ଏମାନେ ସମସ୍ତ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ୧୪୦ ଅଭିଯୁକ୍ତଙ୍କ ମଧ୍ୟରୁ ୪୦ ଜଣଙ୍କ ନାମରେ ଗୋହତ୍ୟା ଅଭିଯୋଗ ରହିଛି ବୋଲି ସେ କହିଛନ୍ତି। ଏଥିସହ ୧୦ ଜଣ ଜୁଆ ଖେଳିବା ମାମଲାରେ ଅଭିଯୁକ୍ତ ଥିବା ବେଳେ ୫ ଜଣ ବେଆଇନ ଖନନ ମାମଲାରେ ଜଡ଼ିତ ଥିଲେ ବୋଲି ଏହି ପୁଲିସ ଅଧିକାରୀ କହିଛନ୍ତି। ସେହିପରି ବାକି ୮୧ ଅଭିଯୁକ୍ତ ଅପହରଣ, ଲୁଟ, ଦୁଷ୍କର୍ମ ଆଦି ମାମଲା ସହ ଜଡ଼ିତ ଥିଲେ।

ରାମପୁର ଜିଲ୍ଲାରେ ଆଇନ ବ୍ୟବସ୍ଥା ଠିକ୍ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଥୁବାରୁ ଏବେ ଅପରାଧୀ ମାନେ ଆତ୍ମସମର୍ପଣ କରି କଡ଼ା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଚେଷ୍ଠା କରୁଛନ୍ତି ବୋଲି ଜିଲ୍ଲା ପୁଲିସ ଅଧିକାରୀ କହିଛନ୍ତି।



from Odisha Reporter https://ift.tt/2YbZbeo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages