ଭୂମିକାଙ୍କୁ କାହିଁକି ‘ଡିପ୍ଲୋମାଟିକ୍‌’ ଝିଅ କହିଲେ ବୁଦ୍ଧାଦିତ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 28, 2019

ଭୂମିକାଙ୍କୁ କାହିଁକି ‘ଡିପ୍ଲୋମାଟିକ୍‌’ ଝିଅ କହିଲେ ବୁଦ୍ଧାଦିତ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର କ୍ୟୁଟ୍‌ ଓ ଚୁଲ୍‌ବୁଲି ନାୟିକା ହେଉଛନ୍ତି ଭୂମିକା। ପ୍ରଥମେ ସେ ଶିଶୁ କଳାକାର ଭାବେ ଓଲିଉଡ୍‌ରେ ଅଭିନୟ ଆରମ୍ଭ କରିଥିଲେ। ‘ତୁ ମୋ ଲଭ୍‌ ଷ୍ଟୋରୀ’ ମାଧ୍ୟମରେ ସେ ନାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ତା’ପରେ ସେ ଗୋଟେ ପରେ ଗୋଟେ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି। ହେଲେ ଖୁବ୍ କମ୍ ବୟସରେ ବେଶ୍ ସଫଳତା ଓ ପ୍ରଶଂସା ସାଉଁଟି ଥିବା ଏ ଅଭିନେତ୍ରୀ କୁଆଡ଼େ ଭାରି ‘ଡିପ୍ଲୋମାଟିକ୍‌’। ଏ କଥା ଆମେ କହୁ ନାହୁଁ। ଓଲିଉଡ୍‌ ଅଭିନେତା ବୁଦ୍ଧାଦିତ୍ୟ ହିଁ ତାଙ୍କୁ ‘ଡିପ୍ଲୋମାଟିକ୍‌’ ଝିଅ ବୋଲି କହିଛନ୍ତି। ଏକ ସାକ୍ଷାତକାରରେ ସେ ଭୂମିକାଙ୍କ ଉଦ୍ଦେଶ୍ୟରେ ଏହି ଶବ୍ଦଟି ପ୍ରୟୋଗ କରିଥିଲେ। ତେବେ କାହିଁକି? ତା’ ଉତ୍ତର ବି ବୁଦ୍ଧାଦିତ୍ୟ ଦେଇଥିଲେ।

ସେ କହିଥିଲେ, ଶୁଟିଂ ସେଟ୍‌ରେ ସେ ବାରମ୍ବାର ଭୂମିକାଙ୍କୁ ତାଙ୍କ ଅଭିନୟ କେମିତି ଲାଗିଲା ବୋଲି ପଚାରିଥିଲେ। ସେ ଯେତେଥର ଏହି ପ୍ରଶ୍ନ ପଚାରୁଥିଲେ, ଭୂମିକା ସେତେଥର ବେଶ୍ ସମ୍ମାନର ସହତ ଭଲ ଲାଗିଲା ବୋଲି କହୁଥିଲେ। ପ୍ରତିଥର ତାଙ୍କ ମୁହଁରୁ ସେହି ସମାନ ଉତ୍ତର ମିଳିଥିଲା। ସେଥିପାଇଁ ସେ ଭୂମିକାଙ୍କୁ ‘ଡିପ୍ଲୋମାଟିକ୍‌’ ଝିଅ ବୋଲି କହିଥିଲେ। ତେବେ ବୁଦ୍ଧାଦିତ୍ୟ ମଜାରେ ଭୂମିକାଙ୍କୁ ‘ଡିପ୍ଲୋମାଟିକ୍‌’ ଝିଅ ବୋଲି କହିଥିଲେ। ଏହା ପଛରେ ତାଙ୍କର ଅଲଗା କୌଣସି ଉଦ୍ଦେଶ୍ୟ ନଥିଲା।

ସୂଚନାଯୋଗ୍ୟ, ତରଙ୍ଗ ସିନେ ପ୍ରଡକ୍ସନ୍ସର ‘ଶ୍ରୀମାନ ସୁରଦାସ’ ଫିଲ୍ମରେ ବୁଦ୍ଧାଦିତ୍ୟଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ଭୂମିକା।



from Odisha Reporter https://ift.tt/2GLe50H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages