ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ ବାୟୁ। ଆନ୍ଧ୍ର-ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୨ରୁ ୩ଦିନ ବର୍ଷା ହେବ।
ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ଅନୁମାନ ସତ ହେଲେ ଏହା ଚାଷ ପାଇଁ ବେଶ୍ ଲାଭଦାୟକ ହେବ। ବର୍ତ୍ତମାନ ସମୟରେ ରାଜ୍ୟର ପ୍ରାୟ ୨୧ଟି ଜିଲ୍ଲାରୁ ଅଧିକ ଅଞ୍ଚଳରେ ଗଜା ମରୁଡ଼ି ସାଙ୍ଗକୁ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଛି। ତେଣୁ ବର୍ଷା ହେଲେ ଚାଷ କାମ ପୁଣି ଆଗେଇବ।
from Odisha Reporter https://ift.tt/2JOua7u
No comments:
Post a Comment