ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ଶିଉଡି ନିକଟରେ ଗତକାଲି ରାତିରେ ପୁଲିସ୍ ଓ ଅପରାଧୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝୀ ଗୁରୁତର ହୋଇଛି। ତାଙ୍କ ଜଘଂରେ ଗୁଳି ବାଜିଛି। ସୁନୀଲଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।
ସୁନୀଲଙ୍କ ନାଁରେ ହତ୍ୟା, ଡକାୟତି ଭଳି ୧୫ଟି ସଙ୍ଗୀନ ମାମଲା ଜିଲ୍ଲାର ବିଭିନ୍ନ ଥାନାରେ ରହିଛି। ସୁନୀଲଠାରୁ ଗୋଟିଏ ପିସ୍ତଲ ଜବତ କରାଯାଇଛି।
from Odisha Reporter https://ift.tt/2ybzpHW
No comments:
Post a Comment