କମିବ ଚାଷୀଙ୍କ ଦୁଃଖ: ମିଲରଙ୍କ ଟ୍ରକ୍ ଆସିବା ପର୍ଯ୍ୟନ୍ତ ମଣ୍ଡିରେ ଜଗିବାକୁ ପଡ଼ିବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 24, 2019

କମିବ ଚାଷୀଙ୍କ ଦୁଃଖ: ମିଲରଙ୍କ ଟ୍ରକ୍ ଆସିବା ପର୍ଯ୍ୟନ୍ତ ମଣ୍ଡିରେ ଜଗିବାକୁ ପଡ଼ିବନି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଦିନରାତି ଏକ କରି ଧାନ ଉତ୍ପାଦନ କରିବା ପରେ ଚାଷୀକୁ ଏହାର ବିକ୍ରି ଚିନ୍ତା। ଧାନ ବିକ୍ରି ଲାଗି ମଣ୍ଡିରେ ଖରା ବର୍ଷାରେ ଜଗି ରହୁଛି ଚାଷୀ। ହେଲେ ଏବେ ଆଉ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଧାନ ମଣ୍ଡିରେ ଚାଷୀମାନେ ମିଲରଙ୍କ ଟ୍ରକ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ।
ଗତକାଲି ଗୃହରେ ପ୍ରଶ୍ନୋତ୍ତର କାଳରେ ଏଭଳି ଉତ୍ତର ରଖିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମଣ୍ଡି ସମସ୍ୟା ନେଇ ଶାସକ ଓ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଏଭଳି ଭାବେ ରଖିଥିଲେ। ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଓ ରାଜ୍ୟ ଯୋଗାଣ ନିଗମ ଦ୍ୱାରା ପ୍ରଣୀତ ନିୟମାବଳୀ ଅନୁଯାୟୀ ଧାନକ୍ରୟ କେନ୍ଦ୍ରରେ କାର୍ଯ୍ୟ ପରିଚାଳନା ହେଉଛି ବୋଲି ସେ ଯୁକ୍ତି ବାଢ଼ିଥିଲେ।

କିନ୍ତୁ ପ୍ରକୃତ ସ୍ଥିତି କିନ୍ତୁ ଅଲଗା। ମଣ୍ଡିରେ ଧାନ ବିକ୍ରି କରି ନପାରି ଚିନ୍ତାରେ ଚାଷୀ। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଚାରବାହଲ ମଣ୍ଡିରେ ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ ବସ୍ତ। । ଦିନରାତି ଏକ କରି ମଣ୍ଡିରେ ନିଜ ଧାନକୁ ଜଗି ବସୁଛି ଚାଷୀ। ମଣ୍ଡିରୁ ଧାନ ଉଠାଇବା ଦାବିରେ ଗତ ୧୦ତାରିଖରେ ଜାତୀୟ ରାଜପଥ ୨୬ଉପରେ ଗଜାଧାନ ରଖି ଅବରୋଧ କରିଥିଲେ ଚାରବାହଲ ଅଞ୍ଚଳର ବହୁ ଚାଷୀ । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା



from Odisha Reporter https://ift.tt/2GsQmCa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages