ଇସଲାମାବାଦ: ଘୋର ଆର୍ଥିକ ସଙ୍କଟରେ ପଡ଼ିଛି ପାକିସ୍ତାନ। ଏଥିପାଇଁ ଆମେରିକା ଗସ୍ତ ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ହୋଟେଲ ବଦଳରେ ପାକିସ୍ତାନ ଦୂତାବାସରେ ରହିବେ ବୋଲି ଚିନ୍ତା କରିଛନ୍ତି।
ବ୍ୟୟ ବହୁଳ ହୋଟେଲ ପରିବର୍ତ୍ତେ ଇମରାନ୍ ଖାନ୍ ଦୂତାବାସରେ ରହିଲେ ପାକିସ୍ତାନ ସରକାରଙ୍କ ରାଜକୋଷକୁ ବୋଝ ହେବ ନାହିଁ। ତେଣୁ ପାକିସ୍ତାନ ଦୂତବାସ ଅଧିକାରୀ ଅସଦ ମଜିଦ ଖାନଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି।
ତେବେ ଆମେରିକା ଗୁଇନ୍ଦା ସଂସ୍ଥା ଓ ସହର ପ୍ରଶାସନକୁ ଇମ୍ରାନଙ୍କ ଏଭଳି ନିଷ୍ପତ୍ତିକୁ ଗ୍ରହଣ କରିପାରି ନାହାନ୍ତି।
ସୂଚନାଯୋଗ୍ୟ, ଆମେରିକାକୁ ପ୍ରତିବର୍ଷ ଶହ ଶହ ରାଷ୍ଟ୍ରର ନେତା ଆସିଥାନ୍ତି। ଏହି ସମୟରେ ବିଭିନ୍ନ ହୋଟେଲରେ ଏହି ନେତାମାନେ ରହିଥାନ୍ତି। ତେବେ ସାଧାରଣ ଲୋକ ଯେମିତି ଭିଆଇପିଙ୍କ ଗସ୍ତ ବେଳେ ପ୍ରଭାବିତ ନହୁଅନ୍ତି ସେଥିପାଇଁ ସହର ପ୍ରଶାସନର ଅନୁମତି ନେଇଥାଏ ଆମେରିକା ସରକାର।
ପାକିସ୍ତାନ ଦୂତାବାସ ଓ୍ୱାଶିଂଟନର ଡିପ୍ଲୋମେଟିକ ଏନକ୍ଲାଭର ମଧ୍ୟ ଭାଗରେ ରହିଛି। ଏହି ସ୍ଥାନରେ ଭାରତ, ତୁର୍କି, ଜାପାନ ସମେତ ୧୨ଟି ଦେଶର ଦୂତାବାସ ରହିଛି।
ପାକିସ୍ତାନର ପ୍ରମୁଖ ଖବର କାଗଜ ଡନର ରିପୋର୍ଟ ଅନୁଯାୟୀ ପାକିସ୍ତାନ ଦୂତାବାସରେ ବଡ଼ ହଲ ନାହିଁ। ଯେଉଁଠିକି ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ବୈଠକ କରିପାରିବେ। ଏଥିସହ ଇମରାନ ଖାନଙ୍କ ଗସ୍ତ ବେଳେ ଟ୍ରାଫିକ ସମସ୍ୟା ରହିଲେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିୟୋଙ୍କ ସରକାରୀ ଘରକୁ ଯିବା ଆସିବାରେ ଅସୁବିଧା ହେବାର ସମ୍ଭାବନା ରହିଛି।
from Odisha Reporter https://ift.tt/2L7x216
No comments:
Post a Comment