ଲେଡି ଡନ୍‌ର ଆତଙ୍କରାଜ୍‌ରେ ଥରହର ଖୋର୍ଦ୍ଧା ଖଣି ଖାଦାନ ଇଲାକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 8, 2019

ଲେଡି ଡନ୍‌ର ଆତଙ୍କରାଜ୍‌ରେ ଥରହର ଖୋର୍ଦ୍ଧା ଖଣି ଖାଦାନ ଇଲାକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନରେ ଲେଡିଡନ୍। ଚଳାଇଛି କୋଟି କୋଟି ଟଙ୍କାର ଚୋରା କାରବାର। ଅପରାଧର ଜମାଇଛି ଆଡ୍ଡା। କେତେବେଳେ ଗୁଳିବନ୍ଧୁକର କାରବାର ତ ଆଉ କେତେବେଳେ ଧମକ ଚମକର ଆତଙ୍କ।

ଲେଡି ଡନ୍‌ର ଆତଙ୍କରାଜ୍‌ରେ ଥରହର ହେଲାଣି ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନ ଇଲାକା। ମିଳିଥିବା ସୂଚନା ଅନୁଯାୟୀ, ଟିଟୋ ଗ୍ୟାଙ୍ଗର ସହାୟତାରେ ୨୦ରୁ ୨୫ ସଦସ୍ୟଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନ୍ ଇଲାକାରେ ରାଜ୍ କରୁଛନ୍ତି ଏହି ମଧ୍ୟ ବୟସ୍କା ଲେଡି ଡନ୍।

ବନ୍ଧୁକ ଆଉ ବାଇକ୍ ସହ ମାସିକ ଦରମା ଦେଉଛନ୍ତି ଗ୍ୟାଙ୍ଗ ସଦସ୍ୟଙ୍କୁ। ବନ୍ଧୁକ ଚାଳନା ସହ ସବୁକିଛି ଅପରାଧିକ କାର୍ଯ୍ୟକଳାପରେ ଧୂରନ୍ଧର ଏହି ଲେଡିଡନ୍‌ଙ୍କ ଅପରେଟିଂ ଏରିଆ ହେଉଛି ଯୋଡ଼ା ଆମ୍ବ, ବଡ଼ ସାଉଁଳି ଏବଂ କଳିଙ୍ଗ ପଥରଖାଦାନ। ରାଜନୈତିକ ଛତ୍ରଛାୟାରେ ନିଜର ଅପରାଧର ସାମ୍ରାଜ୍ୟ ଚଳାଉଥିବା ଚାଞ୍ଚଲ୍ୟକର ତଥ୍ୟ ଆସିଛି ସାମ୍ନାକୁ। ଯାହାଙ୍କୁ ଧରିବା ପାଇଁ ଜାଲ୍ ବିଛାଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍।

ଏହି ଲେଡି ଡନ୍‌ଙ୍କ ସହ ବେଆଇନ ପଥରଖଣି କାରବାରରେ ସଂପୃକ୍ତ ମାଫିଆଙ୍କ ବିରୋଧରେ ଚରମ କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ତିଆରି କରିଛି ବ୍ଲୁ ପ୍ରିଣ୍ଟ। ୨୮ ଜଣିଆ ମାଫିଆଙ୍କ ତାଲିକା ତିଆରି କରି ୨୦ ଜଣଙ୍କ ନାଁରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଏତଲା ଦେଇଛି।

ଏତଲା କପିରେ ରହିଛି ରାଜ୍ୟର ନାମୀ ଦାମୀ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଏବଂ ପଥର ମାଫିଆଙ୍କ ନାଁ। ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଖୋର୍ଦ୍ଧା, ଜଙ୍କିଆ, ଟାଙ୍ଗି, କେନ୍ଦ୍ରାପଡ଼ା ଏବଂ ଭୁବନେଶ୍ୱର ଅଞ୍ଚଳର। ଯେଉଁମାନେ ବେଆଇନ ପଥରଖଣି କାରବାର ଚଳାଇବା ସହ ଅନ୍ୟ ବ୍ୟବସାୟୀଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଏହି କ୍ରମରେ ଆଜି ଖୋର୍ଦ୍ଧା ବୋଲଗଡ଼ରୁ ନୀତୁ ମାନସିଂହ ନାମକ ଜଣେ ପଥର ଖଣି ମାଫିଆକୁ ଧରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍।  ତାଲିକା ଆଧାରରେ ଆଗକୁ ଏହି ମିଶନ୍ ଜାରି ରହିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସ୍‌ପି।

ଗତ କିଛି ଦିନ ହେଲା ପଥରଖଣି ମାଫିଆଙ୍କ ବିରୋଧରେ ଏସ୍‌ଟିଏଫ୍ ଚଳାଇଛି ଅପରେସନ୍ ଖଣି ମାଫିଆ। ଇତିମଧ୍ୟରେ ଅଧ ଡଜନରେରୁ ଅଧିକ ଖଣି ମାଫିଆ ଧରାପଡ଼ିଥିବା ବେଳେ ,ଗତ ଜୁନ୍ ୨୯ ରାତିରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ପଞ୍ଝାରୁ ଖସି ପଳାଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ସଂଜୟ ପ୍ରଧାନ ଓ ସହଯୋଗୀ।



from Odisha Reporter https://ift.tt/2S3Hk36

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages