କପିଲ୍‌ଙ୍କ ଶୋ’କୁ ଆସିବାକୁ ନାରାଜ ଏହି ସବୁ ବଡ଼ ସେଲେବ୍ରିଟି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 8, 2019

କପିଲ୍‌ଙ୍କ ଶୋ’କୁ ଆସିବାକୁ ନାରାଜ ଏହି ସବୁ ବଡ଼ ସେଲେବ୍ରିଟି!

ମୁମ୍ବାଇ: ‘ଦି କପିଲ୍‌ ଶର୍ମା ଶୋ’କୁ ବହୁ ସେଲେବ୍ରିଟି ସେମାନଙ୍କ ଫିଲ୍ମ ପ୍ରମୋସନ୍ କରିବାକୁ ଆସିଛନ୍ତି। ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ହୁଅନ୍ତୁ ବା ବିଗ୍‌ ବି ଅମିତାଭ୍‌ ବଚ୍ଚନ- ସମସ୍ତେ ଏହି ଶୋ’କୁ ଫିଲ୍ମ ପ୍ରମୋସନ୍‌ କରିବାକୁ ଆସିଛନ୍ତି।

ସେହିପରି କ୍ରୀଡ଼ା ସହ ଜଡ଼ିତ ଥିବା ଅନେକ ସେଲେବ୍ରିଟି ମଧ୍ୟ କପିଲ୍‌ଙ୍କ ଶୋ’କୁ ଆସି ନିଜେ ହସିବା ସହ ଦର୍ଶକଙ୍କୁ ହସାଇଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏମିତି କେତେ ଜଣ ବଡ଼ ସେଲେବ୍ରିଟି ଅଛନ୍ତି, ଯେଉଁମାନେ ଆଜି ଯାଏ କପିଲ୍‌ଙ୍କ ଶୋ’କୁ ଆସି ନାହାନ୍ତି। ସେମାନଙ୍କ ମଧ୍ୟରେ ଉଭୟ ଫିଲ୍ମ ଷ୍ଟାର୍‌ ଓ କ୍ରିକେଟ୍ ଷ୍ଟାର୍ ଅଛନ୍ତି।

ତା’ହେଲେ ଆସନ୍ତୁ ଜାଣିବା ସେହି ସବୁ ସେଲେବ୍ରିଟି ମାନେ କିଏ।

ଏମ୍‌. ଏସ୍‌. ଧୋନି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ଯାଏ କପିଲ୍‌ ଶର୍ମାଙ୍କ ଶୋ’କୁ ଆସି ନାହାନ୍ତି। ତାଙ୍କ ଫିଲ୍ମ ‘ଏମ୍‌. ଏସ୍‌ ଧୋନି- ଦି ଅନ୍‌ଟୋଲ୍ଡ ଷ୍ଟୋରି’ ରିଲିଜ୍‌ ହେବା ସମୟରେ କପିଲ୍‌ ତାଙ୍କୁ ଶୋ’କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଧୋନି ବ୍ୟସ୍ତତା ଦେଖାଇ ଶୋ’କୁ ଆସିପାରି ନଥିଲେ।

ଅମିର୍‌ ଖାନ୍‌

ବଲିଉଡ୍‌ର ତିନି ଖାନ୍‌ଙ୍କ ଭିତରୁ ସଲ୍‌ମାନ୍‌ ଏବଂ ଶାହରୁଖ୍‌ ଅନେକ ଥର କପିଲ୍‌ଙ୍କ ଶୋ’କୁ ଆସି ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଛନ୍ତି। କିନ୍ତୁ ଅମିର୍‌ ଖାନ୍‌ ଥରେ ମାତ୍ର ବି କପିଲ୍‌ଙ୍କ ଶୋ’କୁ ଆସିନାହାନ୍ତି।

ସଚିନ୍‌ ତେନ୍ଦୁଲକର

କପିଲ୍‌ ଶର୍ମା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କର ଜଣେ ବହୁତ ବଡ଼ ଫ୍ୟାନ୍‌। ତେବେ ବିରାଟ୍‌ କୋହଲି ଓ ରୋହିତ୍‌ ଶର୍ମାଙ୍କ ଭଳି ବଡ଼ ବଡ଼ କ୍ରିକେଟର୍‌ କପିଲ୍‌ଙ୍କ ଶୋ’କୁ ଆସିଥିବା ବେଳେ ସଚିନ୍‌ ଆଜି ଯାଏ ଆସିନାହାନ୍ତି।

ସଞ୍ଜୟ ଦତ୍ତ

ବଲିଉଡ୍‌ର ବଡ଼ ବଡ଼ କଳାକାର କପିଲ୍‌ଙ୍କ ଶୋ’କୁ ନିଜ ଫିଲ୍ମର ପ୍ରମୋସନ୍‌ କରିବାକୁ ଆସିଥିବା ବେଳେ ସଞ୍ଜୟ ଦତ୍ତ ଆଜି ପର୍ଯ୍ୟନ୍ତ ନିଜ ଫିଲ୍ମର ପ୍ରମୋସନ୍‌ କରିବାକୁ ଆସିନାହାନ୍ତି।

 



from Odisha Reporter https://ift.tt/2NEHPlr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages