ବସ୍‌-କଣ୍ଟେନର ମୁହାଁମୁହିଁ ଧକ୍କା, ୧୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ବସ୍‌-କଣ୍ଟେନର ମୁହାଁମୁହିଁ ଧକ୍କା, ୧୧ ମୃତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶାହାଦା-ଔରାଙ୍ଗବାଦ ରାସ୍ତାର ଦୌଡାଇଚା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ବସ୍‌ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ  ୨୦ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ  ୮ ଜଣଙ୍କ ଅବସ୍ଥା  ଗୁରୁତର ରହିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍‌ର କ୍ୟାବିନ୍‌ରେ ଫଶି ରହିଥିଲେ।  ବସ୍‌ଟି ଔରାଙ୍ଗବାଦ ଯାଉଥିଲା।  ବସ୍‌ରେ ୪୫ ଯାତ୍ରୀ ଥିଲେ।

ସୂଚନାଯୋଗ୍ୟ,  ଗତ ମାସରେ ମହାରାଷ୍ଟ୍ରର ପୁନେ-ବେଙ୍ଗାଲୁରୁ ହାଇୱେରେ ଏକ କାର୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/2NknYGJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages