ହାଇଦ୍ରାବାଦ: ତେଲେଙ୍ଗାନାରେ ତେଲଗୁ ଦେଶମ ପାର୍ଟିକୁ ଜବରଦସ୍ତ ଝଟକା ଦେଇଛି ଭାରତୀୟ ଜନତା ପାର୍ଟି(ବିଜେପି)। ଗତକାଲି ବିଜେପି କାର୍ଯ୍ୟକାରିଣୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଟିଡିପିର ୬୦ ପ୍ରମୁଖ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତା ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ୧ ହଜାରରୁ ଅଧିକ କର୍ମୀ ବିଜେପିରେ ସାମିଲ୍ ହୋଇଛନ୍ତି।
ଆଗାମୀ ଦିନରେ ବିଜେପି ଏହି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବୋଲି ଜୁନରେ ଟିଡିପି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରମୁଖ ନେତା ଲଙ୍କା ଦିନାକର କହିଛନ୍ତି। ଏହି ସମସ୍ତ ନେତା କେନ୍ଦ୍ର ସରକାରଙ୍କ ତିନି ତଲାକ ଏବଂ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ ଜଣାଇ ବିଜେପିରେ ମିଶିଥିବା ଦିନାକର କହିଛନ୍ତି।
ଚଳିତ ବର୍ଷ ଡିସେମ୍ୱର ୩୧ ସୁଦ୍ଧା ବିଜେପିର ଜାତୀୟ ସଭାପତି ଚୟନ ହେବ। ଏହା ପୂର୍ବରୁ ଆସନ୍ତା ମାସରେ ୮ ଲକ୍ଷ ବୁଥ୍, ଅକ୍ଚୋବରରେ ମଣ୍ଡଳ ନିର୍ବାଚନ ଏବଂ ନଭେମ୍ୱରରେ ଜିଲ୍ଲା ନିର୍ବାଚନ ହେବ। ଡିସେମ୍ୱର ୧୫ ସୁଦ୍ଧା ସମସ୍ତ ରାଜ୍ୟରେ ବିଜେପିର ନିର୍ବାଚନ ଶେଷ ହେବ। ଏହାପରେ ଜାତୀୟ ସଭାପତି ଘୋଷଣା ହେବ ବୋଲି କାର୍ଯ୍ୟକାରିଣୀ ସଭାପତି ଜେପି ନଡ୍ଡା ପ୍ରତିକ୍ରିୟାରେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ ବିଜେପି ସମସ୍ତ ରାଜ୍ୟରେ ଭଲ ପ୍ରଦର୍ଶନ କରିଥିବା ବେଳେ ଦକ୍ଷିଣ ରାଜ୍ୟ ଗୁଡ଼ିକରେ ସନ୍ତୋଷଜନକରୁ ବି ଖରାପ ପ୍ରଦର୍ଶନ କରିଛି। ଏହାପରେ ଦକ୍ଷିଣରେ ଥିବା ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଓ କେରଳ ଆଦି ରାଜ୍ୟରେ ବିଜେପି ଶକ୍ତି ବୃଦ୍ଧି ପାଇଁ ଉଦ୍ୟମ ଚଳାଇଛି।
ମୁଖ୍ୟତଃ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱ ଫେଲ୍ ମାରିଛି। ଏହାପରେ ଚନ୍ଦ୍ର ବାବୁ ନାଇଡୁଙ୍କ ଦଳ ଟିଡିପିର ଅଧିକାଂଶ ନେତା ଏବେ ବିଜେପି ମୁହାଁ ହୋଇଛନ୍ତି। ନିକଟରେ ଜୁନ ୨୦ରେ ମଧ୍ୟ ଟିଡିପିର ୪ ରାଜ୍ୟସଭା ସାଂସଦ ବିଜେପିରେ ସାମିଲ୍ ହୋଇଥିଲେ।
from Odisha Reporter https://ift.tt/2Z1rPPV
No comments:
Post a Comment