ପୁରୀ(ଓଡ଼ିଶା ରିପୋର୍ଟର): ଆଜି ସକାଳ ୬ଟାରୁ ଶ୍ରୀକ୍ଷେତ୍ର ପୁରୀରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅର୍ଥାତ ମେଘନାଦ ପାଚେରିକୁ ଲାଗିଥିବା ସରକାରୀ ଏବଂ ଘରୋଇ ନିର୍ମାଣ ଗୁଡ଼ିକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରୁଛି। ଉଚ୍ଛେଦ ସ୍ଥଳରେ ୨୪ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ୮ ଜଣ ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିଛନ୍ତି।
ଉଭୟ ଜଗନ୍ନାଥ ମନ୍ଦିର ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ ବି.ପି. ଦାଶଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିଶକ୍ରମେ ରାଜ୍ୟ କ୍ୟାବିନେଟରେ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି।
ଏହି ୭୫ ମିଟର ପରିଧି ମଧ୍ୟରେ ୧୨ଟି ବଡ଼ ବଡ଼ ମଠ ରହିଛି। ତେବେ ବିନା ଜନ ଶୁଣାଣିରେ କିଭଳି ରାଜ୍ୟ ସରକାର ଏକତରଫା ନିଷ୍ପତ୍ତି ନେଲେ ତାକୁ ନେଇ ପୂର୍ବରୁ ସେବାୟତ ଓ ମୁକ୍ତି ମଣ୍ଡପ ପଣ୍ଡିତ ସଭା ସଦସ୍ୟଙ୍କ ସହ ଜଗନ୍ନାଥ ସେନା ଆପତ୍ତି ଉଠାଇଥିଲେ। ଏମିତିକି ଦରକାର ପଡ଼ିଲେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଥିଲେ।
from Odisha Reporter https://ift.tt/2z6iCpZ
No comments:
Post a Comment