ବାଃରେ ସ୍ୱାମୀ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ବାଃରେ ସ୍ୱାମୀ…

ସ୍ୱାମୀ ହାତଗୋଡ଼ ବ୍ୟାଣ୍ଡେଜ କରି ଗୋଟିଏ ଆଖି ବନ୍ଦକରି ଛୋଟେଇ ଛୋଟେଇ ଘରକୁ ଆସିଲେ। ଏସବୁ ଦେଖି ସ୍ତ୍ରୀ ବିଚଳିତ ହୋଇ ପଚାରିଲେ, ଏ କ’ଣ ହେଲା ତୁମର? ଏମିତି କେମିତି ହେଲା?

ସ୍ୱାମୀ – ଝିଅଟିଏ ସ୍କୁଟିରେ ଧକ୍କା ଦେଇ ଚାଲିଗଲା।

ସ୍ତ୍ରୀ – ତୁମେ ତା ଗାଡ଼ି ନମ୍ବରଟା ଦେଖି ମନେରଖି ଦେଲନି?

ସ୍ୱାମୀ- ନା, ମୁଁ ନମ୍ବର ପ୍ଲେଟ୍‌ଟା ଦେଖିପାରିଲିନି।

ସ୍ତ୍ରୀ – ଆଚ୍ଛା ସେ ଦେଖିବାକୁ କେମିତି କହିଲ?

ସ୍ୱାମୀ –  ଗୋରା ଝିଅଟେ। ଲମ୍ବା ଚୁଟି ରଖିଛି। ନୀଳ ରଙ୍ଗର ଶାଢ଼ି ଓ କଳା ବ୍ଲାଉଜ୍‌ ପିନ୍ଧିଥିଲା। ଲାଲ୍‌ ଲିପ୍‌ଷ୍ଟିକ ବି ଲଗେଇଥିଲା। ହାଇ ହିଲ୍‌ ପିନ୍ଧିଥିଲା। ହଁ, ତା ନାକ ପାଖରେ ଗୋଟେ କଳାଜାଇ ମଧ୍ୟ ଥିଲା…।

ସ୍ୱାମୀ ଏସବୁ କହୁଥିବା ବେଳେ ସ୍ତ୍ରୀ ରାଗି ଯାଇ ଧରିଥିବା ଝାଡ଼ୁଟାକୁ ଏତେ ଜୋରରେ ତାଙ୍କ ଆଡ଼କୁ ଫୋପାଡ଼ି ଦେଲେ ଯେ ତାହା ତାଙ୍କର ଅନ୍ୟ ଆଖିଟିକୁ ବି ବନ୍ଦ କରି ଦେଲା।



from Odisha Reporter https://ift.tt/2MOFnqu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages