ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲା ପାକିସ୍ତାନ, ଟମାଟୋ କିଲୋ ୩୦୦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 9, 2019

ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲା ପାକିସ୍ତାନ, ଟମାଟୋ କିଲୋ ୩୦୦

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଭାରତ ସହ ସମସ୍ତ ବ୍ୟବସାୟିକ ଚୁକ୍ତି ଓ ସାଂସ୍କୃତିକ ସଂପର୍କକୁ ଛିନ୍ନ କରିଛି ପାକିସ୍ତାନ। ହେଲେ ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ୱାଧୀନ ସରକାରଙ୍କ ଏ ନିଷ୍ପତ୍ତି ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା ସଦୃଶ ହୋଇଛି। ପରିଣାମ ସ୍ୱରୂପ ପାକିସ୍ତାନରେ ଟମାଟୋ କିଲୋ ପିଛା ୩୦୦ ଟଙ୍କା ପାର୍ ହୋଇଛି। କାରଣ ଭାରତରୁ ପାକିସ୍ତାନକୁ ପ୍ରତିଦିନ ପରିବା ଯାଉଥିଲା। ପାକିସ୍ତାନ ସରକାର ଭାରତ ସହିତ ବ୍ୟବସାୟିକ ସଂପର୍କ ଛିନ୍ନ କରିବା ପରେ ଅନ୍ୟାନ୍ୟ ପରିବାର ସହିତ ଟମାଟୋ ମଧ୍ୟ ସେଠାକୁ ଯାଇ ପାରୁ ନାହିଁ। ତେଣୁ ସେଠାରେ ଏଭଳି ଭୟଙ୍କର ସ୍ଥିତି ଦେଖା ଦେଇଛି।

ପାକିସ୍ତାନ ଭାବିଥିଲା, ବ୍ୟବସାୟିକ ସଂପର୍କ ଛିନ୍ନ କଲେ ଭାରତ ଅଡ଼ୁଆରେ ପଡ଼ିବ। କିନ୍ତୁ ଫଳ ଓଲଟା ହେଲା। ପାକିସ୍ତାନର ଏ ନିଷ୍ପତ୍ତି ଦ୍ୱାରା ଏଯାଏ ଭାରତର କିଛି ହାନି ହୋଇନାହିଁ। ଭାରତୀୟ ଟ୍ରକ୍‌ ଅପରେଟର୍‌ ସଂଘ ପକ୍ଷରୁ କୁହାଯାଇଛି, ଅଟ୍ଟାରି ସୀମାରେ ଥିବା ଭାରତୀୟ ଟ୍ରକ୍‌ ବେପାରୀ ଓ ଚାଷୀଙ୍କର କ୍ଷତି ହେବ ବୋଲି ଭାବି ଭାରତ ସହିତ ବ୍ୟବସାୟିକ ଚୁକ୍ତି ବାତିଲ କରିଥିଲା ପାକିସ୍ତାନ। ହେଲେ ଏପରି ପଦକ୍ଷେପ ନେଇ ପାକିସ୍ତାନ ତା’ ମୂର୍ଖାମୀର ପରିଚୟ ଦେଇଛି।

ବ୍ୟବସାୟିକ ଚୁକ୍ତି ବାତିଲ୍ ହେବା ପୂର୍ବରୁ ହିଁ ପାକିସ୍ତାନରେ ପରିବା ଦାମ୍ ଅତ୍ୟଧିକ ରହିଥିଲା। ଏବେ ଏହା ଆହୁରି ବଢ଼ିବ। କାରଣ ଏବେ ଯେଉଁଠାରୁ ପରିବା ଆମଦାନୀ କରିବ ଅଧିକ ଅର୍ଥ ବ୍ୟୟ କରିବ। ଏମିତିରେ ତ ଦେଶରେ ଆର୍ଥିକ ସ୍ଥିତି ଖରାପ ରହିଛି। ଖାଲି ପରିବା ଦର ନୁହେଁ, ପାକିସ୍ତାନରେ ଗୋଟିଏ ରୁଟିର ଦାମ୍‌ ହୋଟେଲ୍‌ ଗୁଡ଼ିକରେ ୮ରୁ ୧୦ ଟଙ୍କା ଥିବାବେଳେ ତନ୍ଦୁରୀ ରୁଟିର ଦାମ ୧୨ରୁ ୧୫ ଟଙ୍କା ରହିଛି।

ସୂଚନାଯୋଗ୍ୟ, ଧାରା ୩୭୦କୁ ନେଇ ପାକିସ୍ତାନ ଏବେ ଭାରତ ଉପରେ ରାଗ ସୁଝାଇବାକୁ ଚେଷ୍ଟା କରୁଛି। ତେଣୁ ପ୍ରଥମେ ସମଝୌତା ଏକ୍ସପ୍ରେସ୍ ରଦ୍ଦ କରିଥିଲା। ଏହାପରେ ଦିଲ୍ଲୀ-ଲାହୋର ବସ୍ ସେବାକୁ ମଧ୍ୟ ବନ୍ଦ କରି ଦେଇଥିଲା। ଏହା ପରେ ଦୁଇ ଦେଶ ମଧ୍ୟରେ ଥିବା ବ୍ୟବସାୟିକ ଚୁକ୍ତି ଓ ସାଂସ୍କୃତିକ ସମ୍ପର୍କକୁ ବାତିଲ କରିଥିଲା।

ଏହା ପୂର୍ବରୁ ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ସହ ସମସ୍ତ ଚୁକ୍ତି ବାତିଲ୍ କରିଥିଲେ। ଏହାପରେ ପାକିସ୍ତାନରେ ପରିବା ଦର ଆକାଶ ଛୁଆଁ ହୋଇଥିଲା।



from Odisha Reporter https://ift.tt/31tJ5dm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages