ପାକିସ୍ତାନକୁ ଝଟକା, ରୁଷିଆ କହିଲା ଭାରତର ନିଷ୍ପତ୍ତି ସାମ୍ୱିଧାନିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ପାକିସ୍ତାନକୁ ଝଟକା, ରୁଷିଆ କହିଲା ଭାରତର ନିଷ୍ପତ୍ତି ସାମ୍ୱିଧାନିକ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଛି ରୁଷିଆ। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଜମ୍ମୁ କଶ୍ମୀର ରାଜ୍ୟକୁ ଭାରତ ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛି। ଏହି ନିଷ୍ପତ୍ତି ସାମ୍ୱିଧାନିକ। ଆଗାମୀ ଦିନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ପ୍ରସଙ୍ଗରେ ବିବାଦ ବଢ଼ିବା ଉଚିତ ନୁହେଁ ବୋଲି ରୁଷିଆର ବୈଦେଶିକ ମନ୍ତ୍ରଣାଳୟ କହିଛି।


ଅନ୍ୟପଟେ ଗତକାଲି ଏହି ପ୍ରସଙ୍ଗରେ ଚାଇନା ନିଜର ମତ ରଖିଛି। ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଥିବା ବିବାଦକୁ ଦୁଇ ଦେଶ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ ବୋଲି କହିଛି। ଭାରତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛି। ଭାରତର ଏପରି ନିଷ୍ପତ୍ତି ଅସାମ୍ୱିଧାନିକ ବୋଲି ପାକିସ୍ତାନ ଦର୍ଶାଇଛି। ଏହାପରେ ଚାଇନାର ମତ ନେବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ ବେଇଜିଂ ଗସ୍ତରେ ଯାଇଛନ୍ତି।



from Odisha Reporter https://ift.tt/2YB9usF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages