ପୁଲିସ୍‌-ଡନ୍ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ପୁଲିସ୍‌-ଡନ୍ ମୁହାଁମୁହିଁ

ପାରାଦୀପ(ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା କଙ୍କରଡିଆ ରାସ୍ତାରେ ପୁଲିସ୍ ଗୁଳିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛି। ତା’ ନାଁ ବିକ୍ରମ ପାଲ ଓରଫ୍ ଡନ୍। ବିକ୍ରମର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ଗୋଟିଏ ପିସ୍ତଲ, ବାଇକ୍ ଓ ଗୋଟିଏ ଖୋକା ଜବତ କରିଛି ପୁଲିସ୍ ।

ଗତକାଲି ବିଳମ୍ବିତ ରାତିରେ ବାଲିତୁଠ କଙ୍କରଡ଼ିଆ ରାସ୍ତାରେ ଡନ୍‌ ବାଇକ୍‌ରେ ଯାଉଥିବା ନେଇ ପୁଲିସ୍‌  ଖବର ପାଇଥିଲା। ସଙ୍ଗେସଙ୍ଗେ ପୁଲିସ୍‌ ଓ ସ୍ୱତନ୍ତ୍ର ସ୍କ୍ୱାଡ୍‌ ତାକୁ ପିଛା କରିଥିଲେ। ପୁଲିସ୍‌କୁ ଦେଖି ଡନ୍‌ ଖସି ଯିବାକୁ ଚେଷ୍ଟା କରିଥିଲା। ତେବେ କିଛି ବାଟ ଗଲା ପରେ ସେ ପୁଲିସ୍ ଉପରକୁ ଗୁଳି ଚଳାଇବା ସହ ବୋମାମାଡ଼ କରିଥିଲା। ପୁଲିସ୍‌ ଏହାର ଜବାବ ଦେଇଥିଲା। ପାଲଟା ଗୁଳିମାଡ଼ରେ ଡନ୍‌ ଗୁରୁତର ହୋଇଛି। ଡନ୍ ସହ ମୁହାଁମୁହିଁ ସମୟରେ ପୁଲିସ ଏସ୍‌ଆଇ ସୁବ୍ରଜିତ୍ ଦାସ ଆହତ ହୋଇଛନ୍ତି।

ଡନ୍ ନାଁରେ ଦାଦାବଟି, ବୋମାମାଡ଼ ଓ ଲୁଟ୍ ଭଳି ୪୦ରୁ ଅଧିକ ମାମଲା ରହିଛି। ସେ ଏକାଧିକ ଥର ଜେଲ୍ ଯାଇ ଜାମିନରେ ମଧ୍ୟ ଆସିଛି।  ସେ କିଛି ବଡ଼ ଧରଣର ଅପରାଧ କରିବାକୁ ଯୋଜନା କରୁଥିବା ନେଇ ପୁଲିସ୍ ପାଖରେ ସୂଚନା ଥିଲା। ସେଥିପାଇଁ ପୁଲିସ୍ ତାକୁ ଖୋଜୁଥିଲା।

 



from Odisha Reporter https://ift.tt/2YKaQ3y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages