ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରିବାର ଲୋକଙ୍କ ସହିତ ସମସ୍ତେ ସୁଖଶାନ୍ତିରେ ରହିବାକୁ ଚାହାନ୍ତି। ତା’ସହିତ ପାଖପଡ଼ୋଶୀଙ୍କ ସହିତ ବି ସମସ୍ତେ ଭଲ ସଂପର୍କ ରଖିବାକୁ ପ୍ରୟାସ କରନ୍ତି। ତେବେ ବେଳେ ବେଳେ କିଛି କିଛି ବାସ୍ତୁଦୋଷ ସଂପର୍କରେ ବାଧା ଉପୁଜାଇ ଥାଏ। ଫଳରେ ଘରେ ଅଶାନ୍ତି ସୃଷ୍ଟି ହୁଏ ଓ କଳିଝଗଡ଼ା ଲାଗି ରହେ। ପଡ଼ୋଶୀ ବି ଶତ୍ରୁ ଭଳି ଆଚରଣ କରନ୍ତି। କୌଣସି ବଡ଼ କାରଣ ନଥାଇ ଆପଣଙ୍କ ଘରେ ବି ଯଦି ଏଭଳି ସ୍ଥିତି ସୃଷ୍ଟି ହେଉଛି, ତା’ହେଲେ ଏହା ବାସ୍ତୁଦୋଷ ଯୋଗୁ ବି ହୋଇପାରୁଥାଏ। ତା’ହେଲେ ଜାଣନ୍ତୁ କେଉଁ କେଉଁ କାରଣ ଯୋଗୁ ସମ୍ପର୍କରେ ବାଧା ଉପୁଜେ ଓ ଏହାର ସମାଧାନର ବାଟ କ’ଣ।
୧- ବାସ୍ତୁଶାସ୍ତ୍ର ଅନୁଯାୟୀ, କେବେ କି ଘରର ମୁଖ୍ୟ ଦ୍ୱାର ପାଖରେ ଡଷ୍ଟବିନ୍ ରଖନ୍ତୁ ନାହିଁ। ଏପରି କଲେ ପଡ଼ୋଶୀଙ୍କ ସହ ସମ୍ପର୍କ ଖରାପ ହୋଇଥାଏ ଓ ସେମାନେ ଶତ୍ରୁ ପରି ବ୍ୟବହାର କରିଥା’ନ୍ତି।
୨- ସୂର୍ଯ୍ୟସ୍ତ ସମୟରେ ପଡ଼ୋଶୀମାନେ କ୍ଷୀର, ଦହି କିମ୍ବା ପିଆଜ ମାଗିଲେ ଦିଅନ୍ତୁ ନାହିଁ। ଏହା ସମ୍ପର୍କ ବିଗାଡ଼ିବା ସହିତ ଘରର ସମୃଦ୍ଧିରେ ବି ବାଧା ଉପୁଜାଇଥାଏ।
୩-ଘରର ଛାତ ଉପରେ କେବେ ବି କିଛି ଶସ୍ୟ ଜାତୀୟ ଦ୍ରବ୍ୟ କିମ୍ବା ବିଛଣା ଧୋଇ କି ଶୁଖାନ୍ତୁ ନାହିଁ। ଏହାଦ୍ୱାରା ଘର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବାର ଆଶଙ୍କା ଥାଏ।
୪- ଫଳ ଖାଇବା ସ୍ୱାସ୍ଥ୍ୟ ଲାଗି ଖୁବ୍ ଲାଭଦାୟକ। କିନ୍ତୁ ଏହାର ଚୋପାକୁ କେବେ ବି ଡଷ୍ଟବିନ୍ରେ ପକାନ୍ତୁ ନାହିଁ। ତୁରନ୍ତ ଏହାକୁ ଘର ବାହାରେ ଫୋପାଡ଼ି ଦିଅନ୍ତୁ। ଏପରି କରିବା ଦ୍ୱାରା ବନ୍ଧୁଙ୍କ ସହ ଆପଣଙ୍କ ସମ୍ପର୍କ ବିଗିଡ଼ିବ ନାହିଁ। ଏହାବ୍ୟତୀତ ବେପାର ଓ ଚାକିରି କ୍ଷେତ୍ରରେ ମଧ୍ୟ ଶୁଭ ସମାଚାର ପାଇପାରିବେ।
୫-ମାସରେ ଥରେ ଘରେ ମିଶ୍ରିଯୁକ୍ତ ଖିରି ପ୍ରସ୍ତୁତ କରନ୍ତୁ। ଏହାକୁ ଘରର ସମସ୍ତ ସଦସ୍ୟ ଏକତ୍ର ବସି ଖାଆନ୍ତୁ। ପ୍ରଥମେ ଘରର ମୁଖ୍ୟ ମହିଳାଙ୍କୁ ଏହାକୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଘରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସଂପର୍କ ଭଲ ରହିବ। ତା’ଛଡ଼ା ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ବି ପଡ଼ିବ।
୬-ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ ଏକ ବାଲ୍ଟିରେ ପାଣି ଭର୍ତ୍ତି କରି ରଖନ୍ତୁ। ଏହାଦ୍ୱାରା ଧାର କରଜରୁ ଶୀଘ୍ର ମୁକ୍ତି ମିଳିଥାଏ। ତା’ସହିତ ଜୀବନରେ ବାଧାବିଘ୍ନ ଆସି ନ ଥାଏ ଓ ସମସ୍ତଙ୍କ ସହିତ ଭଲ ସଂପର୍କ ବଜାୟ ରହେ।
from Odisha Reporter https://ift.tt/33fOTJl
No comments:
Post a Comment