ହଟିବ ଡମ୍ପିଂୟାର୍ଡ, ରାସ୍ତା କଡରେ ଦେଖିବାକୁ ମିଳିବନି ଅଳିଆ ଆବର୍ଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ହଟିବ ଡମ୍ପିଂୟାର୍ଡ, ରାସ୍ତା କଡରେ ଦେଖିବାକୁ ମିଳିବନି ଅଳିଆ ଆବର୍ଜନା

ଜୟପୁର (ଟି ଗୌରିଶଙ୍କର) : ଏଣିକି ହଟିବ ଡମ୍ପିଂୟାର୍ଡ। ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ପଡିବ ବର୍ଜ୍ୟବସ୍ତୁ। ଯାହାଦ୍ୱାରା ପରିବେଶ ପ୍ରଦୂଷିତ ହେବନି କି ପଶୁପକ୍ଷୀ ମଧ୍ୟ ରୋଗାକ୍ରାନ୍ତ ହେବେନି । ଡମ୍ପିଂୟାର୍ଡରୁ ଆବର୍ଜନା ଉଡ଼ି ବାହାରେ ପଡ଼ିବା ସହ ଏହାର ଚାରି ପାଖରେ ରହିବା ଦୁର୍ବିସହ ହୋଇ ପଡ଼ୁଥିଲା।

ଏହାଦ୍ୱାରା ସ୍ଥାନୀୟ ଲୋକେ ବହୁ ବେମାରରେ ଆକ୍ରାନ୍ତ ହେଉଥିଲେ।  ଏପରି ସମସ୍ୟାର ସମାଧାନ କରିବାକୁ ପ୍ରତି ଓ୍ୱାର୍ଡର ଘରକୁ ଘର ଯାଇ ପରିମଳ ବ୍ୟବସ୍ଥା ସୁଧାରିବାକୁ ସଚେତନ କରୁଛନ୍ତି  ସ୍ୱଚ୍ଛସାଥୀ । ଏପରି ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛି କୋରାପୁଟ ଜିଲ୍ଲା କୋଟପାଡ ବିଜ୍ଞାପିତ ଅଞ୍ଚଳ ପରିଷଦ ।

ଆଉ ରାସ୍ତା କଡରେ ଅଳିଆ ଆବର୍ଜନା ଦେଖିବାକୁ ମିଳିବନି । ଏପରିକି ଶୁଖିଲା ବର୍ଜ୍ୟବସ୍ତୁ ପାଇଁ ଗୋଟିଏ ଡବା ଏବଂ ଓଦା ବର୍ଜ୍ୟବସ୍ତୁ ପାଇଁ ଆଉ ଏକ ଡବା ପ୍ରତି ଘରେ ମହଜୁଦ ରହିବ । ଏନଏସି ଗାଡି ଆସି ଦୁଇଟି ଡବାର ଅଳିଆ ଅଲଗା ଅଲଗା ଭାବେ ନେଇ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ପକାଇବେ।

ଆମ ପରିବେଶକୁ ସ୍ୱଚ୍ଛ, ସୁନ୍ଦର ରଖିବା ଆମ କର୍ତ୍ତବ୍ୟ।  ଏପରି ଏକ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଘରକୁ ଘର ବୁଲି ସଚେତନ କରୁଛନ୍ତି ସ୍ୱଚ୍ଛସାଥୀ । ଏପରିକି ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିବା ପରିବାରକୁ ଉତ୍ସାହିତ କରିବା ପାଇଁ କୋଟପାଡ ଏନଏସି ପକ୍ଷରୁ ସ୍ୱଚ୍ଛ ଗୃହର ଷ୍ଟିକର ଲଗାଇ ସମ୍ମାନିତ ବି କରାଯାଉଛି ।



from Odisha Reporter https://ift.tt/2YrGELe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages