ପିପିଲି (ଓଡ଼ିଶା ରିପୋର୍ଟର) : ବୋହୂକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଅଟକ ଥିବା ଶ୍ୱଶୁର ଶେଷରେ ଜେଲ୍ ଗଲେ।
ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା କିଛି ଦିନ ହେବ ଚର୍ଚ୍ଚାରେ ରହି ଆସିଥିଲା। ପୁଲିସ୍ ଏହି ଘଟଣାରେ ଅଭିଯୁକ୍ତ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ହେଲେ ପିପିଲି ଜେଏମ୍ଏଫସି କୋର୍ଟରେ ହାଜର କରିବା ପରେ ତାଙ୍କୁ ୧୪ ଦିନ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ଅଭିଯୁକ୍ତ ଶ୍ୱଶୁରଙ୍କ ନାଁ ପଞ୍ଚୁ ମଲ୍ଲିକ। ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣି ପଞ୍ଚୁ ମଲ୍ଲିକଙ୍କ ନାଁରେ ପିପିଲି ଥାନାରେ ଏତଲା ଦେଇଥିଲେ ତାଙ୍କ ବୋହୂ। ନିଜେ ମୋବାଇଲ୍ କ୍ୟାମେରାରେ ସୁଟ୍ କରିଥିବା ଏକ ଆପତ୍ତିଜନକ ଭିଡ଼ିଓକୁ ମଧ୍ୟ ପୁଲିସ୍କୁ ଦେଇଥିଲେ।
ତାସହ ଯୌତୁକ ଜନିତ ନିର୍ଯାତନା ଅଭିଯୋଗ ଆଣି ମହିଳା ଜଣଙ୍କ ଶାଶୂ ସହ ସ୍ୱାମୀ, ଦିଅର ଓ ନଣନ୍ଦଙ୍କ ବିରୋଧରେ ମଧ୍ୟ ଏତଲା ଦେଇଥିଲେ। ଏନେଇ ପିପିଲି ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
from Odisha Reporter https://ift.tt/2H59QgC
No comments:
Post a Comment