ଗ୍ୟାସ୍‌ଟ୍ରିକ୍‌ରୁ ହୋଇପାରେ ପେପଟିକ୍‌ ଅଲ୍‌ସର୍‌, ଏହାର ଲକ୍ଷଣ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

ଗ୍ୟାସ୍‌ଟ୍ରିକ୍‌ରୁ ହୋଇପାରେ ପେପଟିକ୍‌ ଅଲ୍‌ସର୍‌, ଏହାର ଲକ୍ଷଣ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁଗ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀ ଓ ଖାଦ୍ୟଶୈଳୀ ବି ବଦଳି ଯାଇଛି। ଆଉ ଆମର ପରିବର୍ତ୍ତିତ ଖାଦ୍ୟଶୈଳୀ ହିଁ ଆମ ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଉଛି। ନିୟମିତ ଉପବାସ କରୁଥିବା ଲୋକ ହୁଅନ୍ତୁ ଅବା ଅଧିକ ଫାଷ୍ଟ୍‌ଫୁଡ୍ ଖାଉଥିବା ଲୋକ ହୁଅନ୍ତୁ, ସମସ୍ତଙ୍କୁ ଗ୍ୟାସ୍‌ଟ୍ରିକ୍‌ ହେବାର ସମ୍ଭାବନା ରହିଛି। ଅନେକ ସମୟରେ ଲୋକେ ଗ୍ୟାସ୍‌ଟ୍ରିକ୍‌କୁ ହାଲ୍‌କା ଭାବେ ନେଇଥା’ନ୍ତି ଓ କିଛି ନା କିଛି ଔଷଧ ଖାଇ ଚଳେଇ ନେଇଥା’ନ୍ତି। ଏହା ଆଦୌ ଠିକ୍ ନୁହେଁ। କାରଣ ଠିକ୍ ସମୟରେ ଗ୍ୟାସ୍‌ଟ୍ରିକ୍ ରୋଗର ଚିକିତ୍ସା କରା ନଗଲେ ରୋଗୀ ଅଧିକ କଷ୍ଟ ପାଇବା ସହ ଭବିଷ୍ୟତରେ ପେପ୍‌ଟିକ୍‌ ଅଲ୍‌ସର୍‌ ଓ ଗ୍ୟାସ୍‌ଟ୍ରିକ୍‌ କ୍ୟାନ୍‌ସର୍ ହେବାର ସମ୍ଭାବନା ଥାଏ। ତା’ହେଲେ ଆସନ୍ତୁ ଜାଣିବା, ପେପଟିକ୍‌ ଅଲସର୍‌ କ’ଣ। ତା’ସହିତ ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବି ଜାଣିବା। ଆଉ ଏ ବିଷୟରେ ସୂଚନା ଦେଇଛନ୍ତି ଗ୍ୟାଷ୍ଟ୍ରୋଏଣ୍ଟେଲୋଜିଷ୍ଟ୍‌ ଡକ୍ଟର ଆଶୁତୋଷ ମହାପାତ୍ର।

ପେପ୍‌ଟିକ୍‌ ଅଲସର୍‌ କ’ଣ?

୧. ଖାଦ୍ୟ ନଳୀ, ପାକସ୍ଥଳୀ କିମ୍ବା କ୍ଷୁଦ୍ରାନ୍ତ (small intestine)ରେ ଘା’ ହେଲେ, ତାକୁ ‘ପେପଟିକ୍‌ ଅଲସର୍‌’ ବୋଲି କୁହାଯାଏ।

ପେପ୍‌ଟିକ୍‌ ଅଲ୍‌ସର୍‌ର ଲକ୍ଷଣ

୧. ପେଟର ଉପର ପାର୍ଶ୍ୱରେ ନାଭି ଉପରକୁ ବ୍ୟଥା ହେବା

୨. ଛାତି ଜଳାପୋଡ଼ା ହେବା

୩. ଭୋକ ନ ଲାଗିବା

୪. ଓଜନ ହ୍ରାସ ପାଇବା

୫. କଳା ଝାଡ଼ା ହେବା

୬. ରକ୍ତ ବାନ୍ତି ହେବା

୭. ଏସିଡିଟି ହେବା ଓ ଖାଦ୍ୟ ବାହାରକୁ ଚାଲିଆସିବା

ଏସବୁ ଗ୍ୟାସ୍‌ଟ୍ରିକ୍‌ କ୍ୟାନ୍‌ସରର ବି ଲକ୍ଷଣ ହୋଇପାରେ

ଉପର ଲିଖିତ ୭ଟି ଲକ୍ଷଣ ଗ୍ୟାସ୍‌ଟ୍ରିକ୍‌ କ୍ୟାନ୍‌ସର୍‌ର ବି ଲକ୍ଷଣ ହୋଇପାରେ। ଯଦି ଜଣେ ୪୦-୫୦ ବର୍ଷର ବ୍ୟକ୍ତିଙ୍କୁ ୧୦ ବର୍ଷ ହେଲାଣି ଗ୍ୟାସ୍‌ଟିକ୍ ଅଛି, ତା’ହେଲେ ତାଙ୍କୁ ଗ୍ୟାସ୍‌ଟ୍ରିକ୍ କ୍ୟାନ୍‌ସର ହୋଇ ନପାରେ। କିନ୍ତୁ ଯଦି ଏହି ବୟସର କୌଣସି ବ୍ୟକ୍ତି ମାସେ ବା ତା’ଠାରୁ କମ୍ ଦିନ ମଧ୍ୟରେ ଏସବୁ ଲକ୍ଷଣ ନିଜଠାରେ ଅନୁଭୂତ କରୁଥା’ନ୍ତି, ତା’ହେଲେ ତାଙ୍କୁ ଗ୍ୟାସ୍‌ଟ୍ରିକ୍‌ କ୍ୟାନ୍‌ସର୍‌ ହେବାର ସମ୍ଭାବନା ଥାଏ। ଠିକ୍ ସେହିପରି ୨୦-୨୨ ବର୍ଷରେ ଯୁବକ,ଯୁବତୀ ଯଦି ଏ ଲକ୍ଷଣ ଅନୁଭବ କରୁଥା’ନ୍ତି, ସେମାନଙ୍କୁ କିଛି ଡରିବାର ନାହିଁ। ଏ ଲକ୍ଷଣ ଦେଖାଗଲେ ବି ସେମାନଙ୍କୁ ଗ୍ୟାସ୍‌ଟ୍ରିକ୍ କ୍ୟାନ୍‌ସର୍ ହେବାର ସମ୍ଭାବନା ନଥାଏ। ଏକ୍ଷେତ୍ରରେ ବୟସ ଅନ୍ୟତମ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ ଯଦି କେହି ରକ୍ତ ବାନ୍ତି କରୁଥାଆନ୍ତି ଅବା ତାଙ୍କର କଳା ଝାଡ଼ା ହେଉଥାଏ, ତା’ହେଲେ ତାହା ଚିନ୍ତାର ବିଷୟ ହୋଇଥାଏ। ବାୟୋପ୍ସି ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ କ୍ୟାନ୍‌ସରକୁ ଚିହ୍ନଟ କରାଯାଏ।

କ’ଣ ଖାଇବେ ଏବଂ ଖାଇବେ ନାହିଁ

ଆମେ ଖାଉଥିବା ଖାଦ୍ୟ ଯୋଗୁ ବି ଗ୍ୟାସ୍‌ଟିକ୍ ଭଲି ସମସ୍ୟା ଦେଖାଯାଏ। ଏଥିପାଇଁ କିଛି ଖାଦ୍ୟ ଅଛି, ଯେଉଁଗୁଡ଼ିକରୁ ଦୂରେଇ ରହିବା ଉଚିତ୍।

୧. ବାସି ପଖାଳ ଖାଆନ୍ତୁ ନାହିଁ।
୨. ଶୁଖୁଆ, ଲୁଣି ମାଛ ଖାଆନ୍ତୁ ନାହିଁ
୩. ଫ୍ରିଜ୍‌ରେ ରଖି ଖାଦ୍ୟ ଖାଆନ୍ତୁ ନାହିଁ।
୪. ନିଶାଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।
୫. ଫଳ ଓ ପନିପରିବା ଅଧିକ ଖାଆନ୍ତୁ।

ପେପ୍‌ଟିକ୍‌ ଅଲସର୍‌ର ଚିକିତ୍ସା

୧. ପେପଟିକ୍‌ ଅଲସର୍‌ର ମୁଖ୍ୟ କାରଣ ହେଉଛି ଏଚ୍‌ପାଇଲୋରି ବ୍ୟାକ୍ଟେରିଆ। ଏହା ଯୋଗୁ ଗ୍ୟାସ୍‌ଟ୍ରିକ୍ ଭଳି ସମସ୍ୟା ଦେଖା ଦେଇଥାଏ।  ଏପରିକି ଏହି ବ୍ୟାକ୍ଟେରିଆ ଯୋଗୁ ପାକସ୍ଥଳୀ କ୍ୟାନ୍‌ସର୍‌ ବି ହୋଇଥାଏ।

୨. ଏଣ୍ଡୋସ୍କୋପି ମାଧ୍ୟମରେ ପେପ୍‌ଟିକ୍ ଅଲ୍‌ସର୍‌ ହୋଇଛି କି ନାହିଁ ଜାଣିହୁଏ।

୩. ମେଡିସିନ୍‌ ମାଧ୍ୟମରେ ପେପଟିକ୍‌ ଅଲସର୍‌ର ଚିକିତ୍ସା କରାଯାଇପାରିବ।

ପେପ୍‌ଟିକ୍ ଅଲ୍‌ସର୍ ଓ ଗ୍ୟାସ୍‌ଟ୍ରିକ୍ କ୍ୟାନ୍‌ସର ବିଷୟରେ ଅଧିକ ଜାଣିବା ପାଇଁ ଏ ଭିଡିଓ ଦେଖନ୍ତୁ-

 

ପେପଟିକ ଅଲସର୍ କଣ?

#ସ୍ୱାସ୍ଥ୍ୟ:ପେପଟିକ୍ ଅଲସର୍ କଣ? ତା'ର ଲକ୍ଷଣ ଓ କେମିତି ଏହି ରୋଗରୁ ଦୂରେଇ ରହିବେ ଜାଣନ୍ତୁ? #PepticUlcers #HealthTips #DoctorDoctor #Otv

OTV यांनी वर पोस्ट केले सोमवार, १२ ऑगस्ट, २०१९



from Odisha Reporter https://ift.tt/302RG6m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages