ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ର ମୁହାଁ ଚନ୍ଦ୍ରଯାନ-୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ର ମୁହାଁ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଆଜି ସକାଳ ୩ଟା ୩୦ ସମୟରେ ପୃଥିବୀ କକ୍ଷପଥ ଛାଡ଼ି ଚନ୍ଦ୍ର ମୁହାଁ ହୋଇଛି ଚନ୍ଦ୍ରଯାନ-୨। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଆଜି ଏହି ସୂଚନା ଦେଇଛି। ୨୦ ଅଗଷ୍ଟରେ ଏହି ଚନ୍ଦ୍ରଯାନ-୨ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହାର ୧୮ ଦିନ ପରେ ଅର୍ଥାତ୍ ସେପ୍ଟେମ୍ୱର ୭ରେ ଚନ୍ଦ୍ରରେ ଚନ୍ଦ୍ରଯାନ-୨ ପହଞ୍ଚିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୃଥିବୀ କକ୍ଷପଥରେ ୨୨ ଦିନ ଧରି ଏହି ଚନ୍ଦ୍ରଯାନ ୨ ଅତିବାହିତ କରିଥିଲା। ଏହି ମହାକାଶଯାନକୁ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରାଇବା ପାଇଁ ବୈଜ୍ଞାନିକଙ୍କ ଦ୍ୱାରା ‘ଟ୍ରାନ୍‌ସ୍‌ ଲୁନାର୍‌ ଇଞ୍ଜେକ୍‌ସନ୍‌’ (ଟିଏଲ୍‌ଆଇ) ଅଭିଯାନ ଆରମ୍ଭ ହୋଇଥିଲା। ଯାହାକୁ ଇସ୍ରୋର ବୈଜ୍ଞାନିକମାନେ ସଫଳତାର ସହ କରିପାରିଛନ୍ତି।

୨୨ ଜୁଲାଇରେ ଇସ୍ରୋ ପକ୍ଷରୁ ଏହି ଚନ୍ଦ୍ରଯାନ-୨କୁ ମହାକାଶକୁ ଛଡ଼ାଯାଇଥିଲା। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ଚନ୍ଦ୍ରକୁ ଚନ୍ଦ୍ରଯାନ-୨ ଛାଡ଼ିଛି।

ଚନ୍ଦ୍ରଯାନର ଓଜନ ୩ହଜାର ୮ଶହ କିଲୋଗ୍ରାମ ରହିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧଓ୍ୱନର ଲଞ୍ଚ ପ୍ୟାଡରୁ ୨୨ ଜୁଲାଇ ଅପରାହ୍ନ ୨.୪୩ରେ ଏହି ମହାକାଶଯାନ ଉତକ୍ଷେପଣ ହୋଇଥିଲା। ଏହାର ୧୬ ମିନିଟ ୧୪ ସେକେଣ୍ଡ ପରେ ଏହା ପୃଥିବୀର କକ୍ଷପଥରେ ଅବସ୍ଥାପିତ ହୋଇଥିଲା।



from Odisha Reporter https://ift.tt/2OXlqk6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages