ଏ ହେଉଛନ୍ତି ସେହି ଯୁବକ ଯିଏ ରାତାରାତି ରାନୁ ମଣ୍ଡଳଙ୍କ ଭାଗ୍ୟ ବଦଳାଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ଏ ହେଉଛନ୍ତି ସେହି ଯୁବକ ଯିଏ ରାତାରାତି ରାନୁ ମଣ୍ଡଳଙ୍କ ଭାଗ୍ୟ ବଦଳାଇଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାନୁ ମଣ୍ଡଳ। ସେହି ମହିଳା ଯିଏ ପଶ୍ଚିମବଙ୍ଗ ରାନାଘାଟ ରେଳଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର୍‌ କା ନଗମା’ ଗାଈ ରାତାରାତି ଷ୍ଟାର ପାଲଟିଥିଲେ। ଯିଏ କେହି ତାଙ୍କ ଗୀତ ଶୁଣୁଥିଲା ବାସ୍‌ ଗୋଟିଏ କଥା କହୁଥିଲା ଯେ, ତାଙ୍କୁ କେହି ବଲିଉଡରେ ଗୀତ ଗାଈବାକୁ ସୁଯୋଗ ଦିଅନ୍ତାନି! ସୋଶାଲ୍ ମିଡିଆ କିପରି ଜଣେ ବ୍ୟକ୍ତିର ଜୀବନ ବଦଳି ଦିଏ ତାହାର ଜ୍ୱଳନ୍ତ ଉଦ୍ଦାହରଣ ହେଉଛନ୍ତି ରାନୁ ମଣ୍ଡଳ।

ରେଳ ଷ୍ଟେସନରେ ଭିକ ମାଗି ଚଳୁଥିବା ଜଣେ ସାଧାରଣ ମହିଳା ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଯିବା କୌଣସି ଫିଲ୍ମ କାହାଣୀରୁ କମ୍‌ ଲାଗୁନି। ଏବେ କିନ୍ତୁ ରାନୁଙ୍କ ଜୀବନ ପୂରା ବଦଳିଗଲାଣି। ଷ୍ଟାର ସିଙ୍ଗର ତଥା କମ୍ପୋଜର ହିମେଶ ରେଶମିୟା ରାନୁଙ୍କୁ ବଲିଉଡ଼ରେ ଗୀତ ଗାଇବାର ସୁଯୋଗ ଦେଇ ତାଙ୍କ ଭାଗ୍ୟ ବଦଳେଇ ଦେଇଛନ୍ତି। ବଲିଉଡ଼ର ସମସ୍ତ ସେଲିବ୍ରଟି ଏବେ ହିମେଶଙ୍କୁ ଏହି ମହାନ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଉଛନ୍ତି। ହେଲେ ରାନୁଙ୍କୁ ଷ୍ଟାର ବନାଇଥିବା ପ୍ରଥମ ବ୍ୟକ୍ତି ହିମେଶ ରେଶମିଆ ନୁହଁନ୍ତି।

ରାନୁଙ୍କ ଉପରେ ପ୍ରଥମେ ଯାହାର ନଜର ପଡ଼ିଥିଲା ସେ ହେଉଛନ୍ତି ୨୬ ବର୍ଷୀୟ ଯୁବକ ଅତୀନ୍ଦ୍ର ଚକ୍ରବର୍ତ୍ତୀ। ସେ ବଲିଉଡ଼ର କୌଣସି ବଡ଼ କମ୍ପୋଜର କି ମ୍ୟୁଜିକ୍‌ ଡାଇରେକ୍ଟର ନୁହଁନ୍ତି। ସେ ହେଉଛନ୍ତି ଜଣେ ଯୁବ ଇଞ୍ଜିନିୟର। ରାନୁ ପ୍ରତିଦିନ ରାନାଘାଟ ରେଳ ଷ୍ଟେସନରେ ଗୀତ ଗାଈ ଭିକ ମାଗି ଚଳିଥାନ୍ତି। ତାଙ୍କୁ ରାନାଘାଟର ଲତା ଦିଦି ମଧ୍ୟ କୁହାଯାଉଥିଲା। ସମସ୍ତେ ତାଙ୍କୁ ଗୀତ ଗାଈବାର ଦେଖୁଥିଲେ ଓ ତାଙ୍କ ଗୀତକୁ ଆନନ୍ଦର ସହ ଉପଭୋଗ କରୁଥିଲେ। ହେଲେ ଦେଖି ବି ସମସ୍ତେ ତାଙ୍କୁ ଅଣଦେଖା କରୁଥିଲେ। କିନ୍ତୁ ସେଦିନ ଅତୀନ୍ଦ୍ର ସେହି ଷ୍ଟେସନରେ ଥିଲେ। ତାଙ୍କ ନଜର ପଡ଼ିଥିଲା ରାନୁଙ୍କ ଉପରେ ଯିଏ କି ଏକ କୋଣରେ ବସି ମହମ୍ମଦ୍ ରଫିଙ୍କର ଏକ ଗୀତ ଗାଉଥିଲେ। ରାନୁଙ୍କର ମଧୁର କଣ୍ଠ ଅତୀନ୍ଦ୍ରଙ୍କୁ ଅନେକ ଭଲ ଲାଗିଥିଲା। ଏହାପରେ ଅତୀନ୍ଦ୍ର ତାଙ୍କୁ ଲତା ମଙ୍ଗେସଙ୍କର ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଇବାକୁ କହିଥିଲେ ଓ ଏହି ସମୟର ଭିଡିଓ ମଧ୍ୟ ରେକର୍ଡ୍ କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଶେୟାର କରିଥିଲେ। ବାସ୍‌, ତା’ପରେ ଆଉ କ’ଣ? ରାତାରାତି ଭିଡିଓଟି ଭାଇରାଲ ହୋଇଯାଇଥିଲା।

ନିଜ ସୁଲଳୀତ ସ୍ୱରରେ ରାନୁ ସମସ୍ତଙ୍କ ମନକୁ କିଣିନେଇଥିଲେ। ଏପରିକି ବଡ଼ ବଡ଼ ସେଲେବ୍ରିଟି ମଧ୍ୟ ଏହି ଭିଡିଓ ଶେଆର କଲେ। ଭିଡିଓ ଭାଇରାଲ୍‌ ପରେ ରାନୁଙ୍କୁ ଅନେକ ଷ୍ଟେଜ୍‌ ଶୋ’ର ପ୍ରସ୍ତାବ ମିଳିବାକୁ ଲାଗିଲା। ହିମେଶ ରେଶମିଆଁଙ୍କ ଷ୍ଟୁଡିଓରେ ମଧ୍ୟ ରାନୁଙ୍କ ସହ ଅତୀନ୍ଦ୍ର ଥିଲେ। ସେ ସମୟରେ ଅତୀନ୍ଦ୍ର ବିଶ୍ୱାସ କରିପାରୁ ନଥିଲେ ଯେ ତାଙ୍କର ଏହି ଛୋଟ ପଦକ୍ଷେପ କିପରି ଜଣେ ଅସହାୟ ମହିଳାଙ୍କ ଜୀବନ ବଦଳାଇଦେଲା। ଶୁଣିବାକୁ ମିଳୁଛି ଯେ ହିମେଶଙ୍କ ଫିଲ୍ମରେ ରାନୁ ଗୀତ ଗାଇବା ପରେ ଏବେ ବଲିଉଡ୍‌ର ଅନ୍ୟ ବଡ଼ ବଡ଼ ମ୍ୟୁଜିକ୍‌ ଡାଇରେକ୍ଟର ଓ କମ୍ପୋଜର ରାନୁଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି।



from Odisha Reporter https://ift.tt/327okEr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages