ବାଙ୍ଗାଲୋର: କାଫେ କଫି ଡେ’(ସିସିଡି)ର ପ୍ରତିଷ୍ଠାତା ସ୍ୱର୍ଗତ ଭିଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟାର ମାସେ ପରେ ଆଜି ତାଙ୍କ ବାପା ଗାଙ୍ଗୈୟା ହେଗଡେଙ୍କ ଦେହାନ୍ତ ହୋଇଛି। ଅସୁସ୍ଥତା କାରଣରୁ ସେ ବାଙ୍ଗାଲୋର ସ୍ଥିତ ଶାନ୍ତାଭେରି ଗୋପାଳ ଗୌଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଗାଁ ଚିକମାଗଲୁରରେ ଆଜି ସ୍ୱର୍ଗତ ସିଦ୍ଧାର୍ଥଙ୍କ ବାପାଙ୍କ ଶେଷକୃତ୍ୟ ହେବ।
ସୂଚନାଯୋଗ୍ୟ, ସିସିଡିର ପ୍ରତିଷ୍ଠାତା ସ୍ୱର୍ଗତ ଭିଜି ସିଦ୍ଧାର୍ଥ ଜୁଲାଇ ୨୯ରେ ବାଙ୍ଗାଲୋର ସ୍ଥିତ ନେତ୍ରାବଦୀ ବ୍ରିଜ ଉପରୁ ନିଖୋଜ ହୋଇଯାଇଥିଲେ। ଏହାପରେ ଜୁଲାଇ ୩୧ରେ ତାଙ୍କ ମର ଶରୀର ହୋଇଗେ ବଜାର ଦେଇ ଯାଇଥିବା ନେତ୍ରାବଦୀ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା।
from Odisha Reporter https://ift.tt/2KVKwff
No comments:
Post a Comment