ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ପ୍ରଥମ ସିରିଜ୍‌ ବିଜୟ, କୃନାଲ୍ କଲେ କମାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ପ୍ରଥମ ସିରିଜ୍‌ ବିଜୟ, କୃନାଲ୍ କଲେ କମାଲ

ଲାଉଡରହିଲ୍: ୱେଷ୍ଟଇଣ୍ଡିଜ୍‌କୁ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ହରାଇ ଭାରତ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ନିଜ ନାଁରେ କରି ନେଇଛି। ଗତକାଲି ଆମେରିକାର ଫ୍ଲୋରିଡାରେ ଖେଳା ଯାଇଥିବା ଏହି ମ୍ୟାଚ୍‌କୁ ଭାରତ ଡି/ଏଲ୍‌ ନିମୟ ଅନୁଯାୟୀ ୨୨ ରନ୍‌ରେ ଜିତିଥିଲା। ଭାରତର କୃନାଲ ପାଣ୍ଡ୍ୟାଙ୍କୁ ’ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଦିଆଯାଇଥିଲା।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଆଗରେ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଏହି ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ୍‌ ମାତ୍ର ୮ରନ୍‌ରେ ଦୁଇଟି ୱିକେଟ୍ ହରାଇଥିଲା। ଓପନର୍‌ ସୁନୀଲ ନାରିନ୍‌ ମାତ୍ର ୪ ରନ୍ କରିଥିବା ବେଳେ ୱାଶିଂଟନ୍ ସୁନ୍ଦରଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ସେହିପରି ଇଭିନ୍ ଲୁଇସ୍ ଖାତା ଖୋଲି ପାରି ନଥିଲେ। ସେ ଭୁବନେଶ୍ୱର କୁମାରଙ୍କ ଦ୍ୱାରା କଟ୍‌ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ଏହା ପରେ ଅଧିନାୟକ ନିକୋଲାସ୍ ପୂରନ୍ ଓ ରୋଭମ୍ୟାନ୍‌ ପୋୱେଲ୍ ସ୍ଥିତି ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ତେବେ ଦଳୀୟ ସ୍କୋର ୮୪ରେ ପହଞ୍ଚିଥିବା ବେଳେ ପୂରନ୍ ଆଉଟ୍ ହୋଇଯାଇଥିଲେ। ସେ ୩୪ଟି ବଲ୍‌ରୁ ମାତ୍ର ୧୯ ରନ୍ କରି କୃନାଲ୍ ପାଣ୍ଡ୍ୟାଙ୍କ ବଲ୍‌ରେ ମନୀଷ ପାଣ୍ଡେଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଅନ୍ୟପକ୍ଷରେ ରୋଭମ୍ୟାନ୍ ଭଲ ଖେଳିଥିଲେ। ସେ ୩୪ ବଲ୍‌ରେ ୬ଟି ଚୌକା ଓ ୩ଟି ଛକା ସହାୟତାରେ ୫୪ ରନ୍ କରିଥିଲେ। ତେବେ ୧୩.୫ ଓଭରରେ ସେ କୃନାଲ ପାଣ୍ଡ୍ୟାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

୧୫.୩ ଓଭରରେ ଦଳ ୪ଟି ୱିକେଟ୍ ହରାଇ ୯୮ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ସେତେବେଳେ କିଏରନ୍‌ ପୋଲାର୍ଡ ଓ ହେତ୍‌ମେୟର କ୍ରିଜ୍‌ରେ ଥିଲେ। ବର୍ଷାଯୋଗୁ ଆଉ ମ୍ୟାଚ୍ ଖେଳା ଯାଇପାରି ନଥିଲା। ତେଣୁ ଡି/ଏଲ୍ ନିୟମ ଅନୁଯାୟୀ ଭାରତ ୨୨ ରନ୍‌ରେ ବିଜୟୀ ‌ହୋଇଥିଲା।

ଭାରତ ପକ୍ଷରୁ କୃନାଲ ପାଣ୍ଡ୍ୟା ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ୱାଶିଂଟନ୍ ସୁନ୍ଦର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଭାରତ ଟସ୍ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା। ରୋହିତ ଶର୍ମା ସର୍ବାଧିକ ୬୭ ରନ୍ କରିଥିଲେ। ସେ ୫୧ଟି ବଲ୍‌ରୁ ୬ଟି ଚୌକା ୩ଟି ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ। ତେବେ ଅନ୍ୟକୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରି ନଥିଲେ। ଶିଖର ଧୱନ ୧୬ ବଲ୍‌ରେ ୨୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ବିରାଟ କୋହଲି ୨୩ ବଲ୍‌ରେ ୨୮ ରନ୍ କରିଥିଲେ। ଏ ଦୁହେଁ ଯଥାକ୍ରମେ କୀମୋ ପଲ୍‌ ଓ ଶେଲଡନ୍ କୋଟ୍ରେଲଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।  ୱିକେଟ୍ କିପର ଋଷଭ ପନ୍ତ ୪ ଓ ମନୀଷ ପାଣ୍ଡ୍ୟା ୬ ରନ୍ କରି ଆଉଟ୍ ହୋଇଥିଲେ। କୃନାଲ୍ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୧୬୭ରେ ପହଞ୍ଚାଇଥିଲେ। କୃନାଲ୍ ୧୩ ବଲ୍‌ରୁ ୨୦ ରନ୍ କରିଥିବା ବେଳେ ଜାଡ଼େଜା ୪ଟି ବଲ୍‌ରୁ ୯ ରନ୍ କରିଥିଲେ।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଓଶାନେ ଥୋମାସ୍ ଓ ଶେଲଡନ୍ କୋଟ୍ରେଲ୍‌ ଦୁଇଟି ଲେଖାଏ ୱିକେଟ୍ ନେଇଥିବା ବେଳେ କୀମୋ ପଲ୍‌ ଗୋଟିଏ ୱିକେଟ୍ ନେଇଥିଲେ।

ମ୍ୟାଚ୍‌ ଜିତିବା ପରେ ଅଧିନାୟକ ବିରାଟ କୋହଲି କୃନାଲ ପାଣ୍ଡ୍ୟା ଓ ଜାଡେଜାଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଶେଷ ଆଡ଼କୁ ଏ ଦୁଇ ଜଣ ଭଲ ଖେଳିବାରୁ ସ୍କୋର ୧୬୦ ପାର କରି ଯାଇଥିଲା।

ସୂଚନାଯୋଗ୍ୟ, ଏହି ସିରିଜ୍‌ର ତୃତୀୟ ତଥା ଶେଷ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ୍‌ର ଗୟନାଠାରେ ମଙ୍ଗଳବାର ଦିନ ଖେଳାଯିବ। ଘରୋଇ ମାଟିରେ ଦଳ ଏହି ମ୍ୟାଚ୍ ଜିତି ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ।



from Odisha Reporter https://ift.tt/2ZHGonO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages