ୟାସିନ୍ ମଲ୍ଲିକର ସ୍ୱାସ୍ଥ୍ୟାବସ୍ଥା ବାବଦରେ ସୂଚନା ଦେଲେ ଜେଲ୍ କତ୍ତୃପକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ୟାସିନ୍ ମଲ୍ଲିକର ସ୍ୱାସ୍ଥ୍ୟାବସ୍ଥା ବାବଦରେ ସୂଚନା ଦେଲେ ଜେଲ୍ କତ୍ତୃପକ୍ଷ

ନୂଆଦିଲ୍ଲୀ: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକ ସୁସ୍ଥ ରହିଛି। ତିହାର ଜେଲ୍ କତ୍ତୃପକ୍ଷ ସନ୍ଦୀପ ଗୋୟେଲ ରବିବାର ରାତିରେ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି।

ଗତକାଲି ୟାସିନ୍ ମଲ୍ଲିକଙ୍କ ସ୍ତ୍ରୀ ମୁଶାଲ ହେଶେନ୍ ମଲ୍ଲିକ୍ (ପାକିସ୍ତାନରେ ଜନ୍ମିତ) ସୋଶାଲ ମିଡିଆ ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ଜରିଆରେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଜାଣିବାକୁ ଚାହିଁଥିଲେ। ଏମିତିକି ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ଖବର ବିଭିନ୍ନ ସୂତ୍ରୁରୁ ସେ ଶୁଣିବାକୁ ପାଉଛନ୍ତି ବୋଲି କହିଥିଲେ। ଦୀର୍ଘ ୫ ମାସ ହେବ ସେ ତାଙ୍କ ସ୍ୱାମୀଙ୍କ ସହ କଥା ହୋଇନଥିବାରୁ ମାନସିକ ଚାପରେ ରହିଛନ୍ତି ବୋଲି ସେ କହିଥିଲେ। ଜଣେ ବନ୍ଦୀ ହୋଇଥିଲେ ମଧ୍ୟ ସେ ଚିକିତ୍ସା ପାଇବା ମାନବାଧିକାର ବୋଲି ମୁଶାଲ ହେଶେନ୍ ମଲ୍ଲିକ୍ କହିଥିଲେ।


ଏହାପରେ ତିହାର ଜେଲ୍ କତ୍ତୃପକ୍ଷ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୟାସିନ୍ ମଲ୍ଲିକଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ବିଛିନ୍ନତାବାଦୀ ୟାସିନ ମଲ୍ଲିକଙ୍କୁ ଏପ୍ରିଲ ୧୦ରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏ ଗିରଫ କରିଥିଲା। ଗିରଫ ପୂର୍ବରୁ କେନ୍ଦ୍ର ସରକାର ୟାସିନ ମଲିକର ସଂଗଠନ ଜେକେଏଲଏଫ(ଜମ୍ମୁ-କଶ୍ମୀର ଲିବେରସନ ଫ୍ରଣ୍ଟ) ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଆତଙ୍କବାଦ ବିରୋଧୀ ଆଇନ ଅନୁସାରେ ଏହି ପ୍ରତିବନ୍ଧକ ଲଗାଯାଇଥିଲା ।

 



from Odisha Reporter https://ift.tt/2YqTDNd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages