ଜେଲରୁ ଚମ୍ପଟ୍‌ ମାରିଲେ ହିମାଂଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ଜେଲରୁ ଚମ୍ପଟ୍‌ ମାରିଲେ ହିମାଂଶୁ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଜେଲରୁ ଛୁ ମାରିଲେ  ବିଚାରାଧୀନ କଏଦୀ। ଏହି ଘଟଣା ଘଟିଛି ନୟାଗଡ଼ ସବ୍ ଜେଲରେ। ଫେରାର କଏଦୀ ଜଣଙ୍କ ହେଲେ ହିମାଂଶୁ ନାୟକ।

ଗତ ୭ ତାରିଖରେ ଏକ ଡକାୟତି ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଯାଇଥିଲା। ତେବେ ସେ ରବିବାର ଜେଲରୁ ଖସି ପଳାଇଥିବା ଜେଲ ଅଧୀକ୍ଷକ ଥାନାରେ ଏତଲା ଦେଇଛନ୍ତି।

ପୁଲିସ ଜେଲର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଓ ଏହାସହ ଘଟଣାର ତଦନ୍ତ କରୁଛି।

ଗତ ଶନିବାର ଖଣ୍ଡପଡ଼ା ସବ୍‌ଜେଲରୁ ଜଣେ ବିଚାରାଧୀନ କଏଦୀ ଖସିଯାଇଥିଲା। ତେବେ ରବିବାର ନୟାଗଡ଼ ଜେଲରୁ ଆଉ ଜଣେ ବନ୍ଦୀ ଖସିଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘଟଣା ପରେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା କେତେ କଡ଼ାକଡ଼ି ରହୁଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



from Odisha Reporter https://ift.tt/2KgcoKv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages