ନିଜ ଓଜନକୁ ନେଇ ଚିନ୍ତାରେ କପିଲ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ନିଜ ଓଜନକୁ ନେଇ ଚିନ୍ତାରେ କପିଲ୍‌!

ମୁମ୍ବାଇ: କପିଲ୍‌ ଶର୍ମାଙ୍କ ଶୋ’ର ଆଗାମୀ ଏପିସୋଡ୍‌ରେ ଅତିଥି ହୋଇ ଆସିବେ ବଲିଉଡ୍‌ ଅଭିନେତା ସୁନୀଲ ଶେଟ୍ଟୀ ଓ ଦକ୍ଷିଣୀ ତାରକା ସୁଦୀପ୍‌। ସେମାନଙ୍କ ସହ ଆକାଂକ୍ଷା ସିଂହଙ୍କୁ ମଧ୍ୟ ଦର୍ଶକମାନେ ଦେଖିବାକୁ ପାଇବେ। କପିଲ୍‌ଙ୍କ ଶୋ’ରେ ଏହି ତିନି ଜଣ ସେମାନଙ୍କ ଆଗାମୀ ଫିଲ୍ମ ‘ପହଲବାନ୍‌’ର ପ୍ରମୋସନ୍‌ କରିବେ। ୟା ଭିତରେ ଏହାର ପ୍ରମୋ ଜାରି କରାଯାଇଛି। ଏଥିରୁ ଜଣାପଡୁଛି ଯେ, କପିଲ୍ ଏହି ଅତିଥିମାନଙ୍କ ସହ ବହୁତ ମଜା କରିଛନ୍ତି।

‘ସୋନି ଟିଭି’ ନିଜ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଯେଉଁ ପ୍ରମୋ ପୋଷ୍ଟ୍ କରିଛି, ସେଥିରେ ଅତିଥିମାନଙ୍କୁ କପିଲ୍ ତାଙ୍କର ଚିରାଚରିତ ଢଙ୍ଗରେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ତା’ ଭିତରେ ସେ ସୁଦୀପ୍‌କୁ ପଚାରିଛନ୍ତି, ‘ଶୁଣିଛି ଆପଣ ଏହି ଫିଲ୍ମ ପାଇଁ ଆପଣ ୧୫ କିଲୋ ଓଜନ କମାଇ ଦେଇଛନ୍ତି। ଏହା କ’ଣ ସତ?’

ଏହାର ଜବାବରେ ସୁଦୀପ୍ କହିଛନ୍ତି, ‘ହଁ, ଏହା ସତ କଥା।’ ଏହା ପରେ କପିଲ୍ ତାଙ୍କୁ ନିଜ ଦୁଃଖ ଜଣାଇଛନ୍ତି। ସେ କହିଛନ୍ତି, ‘ଆପଣ କେମିତି ଏମିତି ଓଜନ କମାଇ ଦେଲେ? ମୁଁ ୬ ମାସ ହେଲା ୨ କିଲୋ ଓଜନ କମାଇବାକୁ ଚେଷ୍ଟା କରୁଛି। କିନ୍ତୁ ହେଉନି। କାଲି ମୁଁ ଓଜନ ମାପିଲା ବେଳକୁ ଆହୁରି ୮୦୦ ଗ୍ରାମ୍ ବଢ଼ି ଯାଇଥିବା ଜାଣିଲି।’

ତା’ପରେ ସୁଦୀପ୍ ଟିକେ ଚୂନ ମାରି ତାଙ୍କୁ କହିଛନ୍ତି,‘ଆପଣ କହୁଛନ୍ତି ୬ ମାସ ହେଲାଣି ଆପଣ କରୁଛନ୍ତି। କିନ୍ତୁ ଏହା ଜଣାପଡୁନି ଆପଣ କ’ଣ କରୁଛନ୍ତି।’

ଏହା ଶୁଣି କପିଲ୍‌ଙ୍କ ପାଟି ଚୁପ୍ ହୋଇଯାଇଛି ଓ ଅନ୍ୟମାନଙ୍କ ଭଳି ସେ ବି ହସୁଥିବା ଦେଖିବାକୁ ମିଳିଛି।
https://ift.tt/2MFstMl



from Odisha Reporter https://ift.tt/2NyjY5s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages