ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଜଗା, କାଳିଆ। ୬ ତାରିଖ ଦିନ ସେମାନେ ବାପାମା’ଙ୍କ ସହିତ ରାଜଧାନୀ ଏକ୍ସପ୍ରେସ୍ରେ ଦିଲ୍ଲୀରୁ ବାହାରିବେ। ୭ ତାରିଖ ଦିନ ସେମାନେ କଟକରେ ପହଞ୍ଚିବେ।
ଜଗା,କାଳିଆଙ୍କ ସହିତ ଏମ୍ସ ଡାକ୍ତର ଏବଂ ଓଡ଼ିଶା ଭବନ କର୍ମଚାରୀ ବି ଆସିବେ। ଦିଲ୍ଲୀ ଏମ୍ସରୁ ଫେରିବା ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ରଖାଯିବ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପରେ ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରୁଛନ୍ତି। ୨୦୧୭ରେ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ କନ୍ଧମାଳର ଏହି ଦୁଇଶିଶୁ ଜଗାକାଳିଆଙ୍କ ସମ୍ପର୍କରେ ପ୍ରଥମେ ଖବର ପ୍ରସାରଣ କରିଥିଲା ଓଟିଭି। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଉଭୟ ଶିଶୁଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇଥିଲେ। ସେବେଠାରୁ ସେମାନେ ସେଠାରେ ଅଛନ୍ତି।
from Odisha Reporter https://ift.tt/2ZwlyHh
No comments:
Post a Comment