ପ୍ରଶ୍ନ ପତ୍ର ପ୍ରସ୍ତୁତ ସହ ଖାତା ଦେଖା ପାଉଣା ବଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ପ୍ରଶ୍ନ ପତ୍ର ପ୍ରସ୍ତୁତ ସହ ଖାତା ଦେଖା ପାଉଣା ବଢ଼ିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ନେବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ। ଏହି କ୍ରମରେ ଯୁକ୍ତ ୩ ପରୀକ୍ଷା ପାଇଁ ପ୍ରଶ୍ନ ପତ୍ର ତି‌ଆରି କରୁଥିବା ଓ ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କ ପାଉଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ପୂର୍ବରୁ ପ୍ରଶ୍ନ ପତ୍ର ପ୍ରସ୍ତୁତ କରୁଥିବା ଅଧ୍ୟାପକଙ୍କୁ ୩୦୦ରୁ ୫୦୦ ଟଙ୍କା ମିଳୁଥିବା ବେଳେ ଏହା ପ୍ରାୟ ୧ ହଜାର ଟଙ୍କାକୁ ବୃଦ୍ଧି ପାଇପାରେ ବୋଲି ସୂଚନା ମିଳିଛି।

ସେହିପରି ପରୀକ୍ଷା ଖାତା ମୂଲ୍ୟାୟନ କରୁଥିବା ଅଧ୍ୟାପକଙ୍କୁ ଖାତା ପିଛା ୧୫ରୁ ୨୦ ଟଙ୍କା ମିଳୁଥିବା ବେଳେ ତାହା ୩୦ ଟଙ୍କାକୁ ବୃଦ୍ଧି ପାଇପାରେ। ରାଜ୍ୟରେ ସ୍ୱଳ୍ପ ସଂଖ୍ୟକ ମୂଲ୍ୟାୟନ କେନ୍ଦ୍ର ଥିବାରୁ ଏହାର ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତି ୧୨ରୁ ୧୫ଟି କଲେଜ ପାଇଁ ଗୋଟିଏ ଲେଖାଏଁ ମୂଲ୍ୟାୟନ କେନ୍ଦ୍ର କରିବାକୁ ଯୋଜନା ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏଥିସହ ପ୍ରଶ୍ନପତ୍ର ସେଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ପରୀକ୍ଷା ସରିବାର ୪୫ ଦିନ ଭିତରେ କିପରି ପରୀକ୍ଷା ଫଳ ବାହାରିବ, ସେଥିପାଇଁ ଚେଷ୍ଟା କରୁଛି ଉଚ୍ଚଶିକ୍ଷା ବିଭାଗ। ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଏନେଇ ବିଭାଗୀୟ ମନ୍ତ୍ରୀ ଆଲୋଚନା କରିଛନ୍ତି।



from Odisha Reporter https://ift.tt/2L3IUQH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages