ଘଞ୍ଚ ଜଙ୍ଗଲରୁ ଚୋରା ଗାଡ଼ି ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ଘଞ୍ଚ ଜଙ୍ଗଲରୁ ଚୋରା ଗାଡ଼ି ଉଦ୍ଧାର

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଘଞ୍ଚ ଜଙ୍ଗଲରୁ ଉଦ୍ଧାର ହେଲା ଚୋରି ଗାଡ଼ି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୁଲିସ୍‌ ଏବଂ ନୀଳଗିରି ପୁଲିସ୍‌ ସହାୟତାରେ ନୀଳଗିରିର ସଜନାଗଡ,ବରହମପୁର ଓ କାହାଳିଆ ଅଞ୍ଚଳର ବିଭନ୍ନ ସ୍ଥାନରେ ଗତକାଲି ଅଚାନକ ଚଢ଼ାଉ ହୋଇଥିଲା ।

ଏହି ଚଢ଼ାଉ ସମୟରେ କୂଳଡିହା ଅଭୟାରଣ୍ୟ ଭିତରେ ଏକ ନିଛାଟିଆ ଜାଗାରେ ଡାଲା ନ ଥିବା ଏକ ଚୋରା ପିକଅପ୍‌ ଭ୍ୟାନ୍‌ ପଡ଼ିଥିବା ଦେଖିଥିଲା ପୁଲିସ୍‌। ପରେ ଏହାକୁ ଉଦ୍ଧାର କରି ଥାନାକୁ ଅଣାଯାଇଛି।  ଏହି ଘଟଣାରେ  ସମ୍ପୃକ୍ତି ଥିବା ସନ୍ଦେହରେ ତିନି ଜଣକୁ ଜଳେଶ୍ୱର ଥାନାକୁ ନେଇ ପଚରା ଉଚୁରା କରାଯାଉଛି। ଏହି ଗାଡ଼ି କାହାର, କେଉଁଠୁ ଆସିଲା ଓ କିଏ ଏଠାକୁ ଆଣି ଲୁଚାଇ ରଖିଲା ସେ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌।

କୁଳଡ଼ିହା ଅଭୟାରଣ୍ୟ ଭିତରକୁ ଯାତାୟାତ ଉପରେ କଟକଣା ଥିବା ବେଳେ ଏକ ଚୋରା ପିକ୍‌ଅପ୍‌ କିପରି ତାହା ଭିତରକୁ ଗଲା ଓ କେବେଠୁ ରହିଲା ତାହା ଅସ୍ପଷ୍ଟ ରହିଛି। ଏ ସମ୍ପର୍କରେ କିପରି ଅଭୟାରଣ୍ୟ କର୍ମଚାରୀ ଜାଣି ପାରିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।



from Odisha Reporter https://ift.tt/2P7YVsN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages