ଭୋପାଲ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବାବୁଲାଲ୍ ଗୌରଙ୍କର ଆଜି ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଭୋପାଲ ସ୍ଥିତ ନର୍ମଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅଗଷ୍ଟ ୭ରେ ନର୍ମଦା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ବାବୁଲାଲଙ୍କର ଉଚ୍ଚ ରକ୍ତ ଚାପ ରହିଥିବା ବେଳେ କିଡନୀ ଠିକ୍ ଭାବେ କାମ କରୁନଥିଲା ବୋଲି ଜଣାପଡ଼ିଛି। ସେ ୧୪ ଦିନ ହେବ ନର୍ମଦା ହସ୍ପିଟାଲରେ ଭେଣ୍ଟିଲେଟରରେ ରହିବା ପରେ ଆଜି ତାଙ୍କର ମୃତ୍ୟୁ ଘଟିଛି।
ବାବୁଲାଲଙ୍କ ବିୟୋଗରେ ମଧ୍ୟପ୍ରଦେଶ ବିଜେପି ସଭାପତି ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ତାଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ବିଜେପି ତାର ସଂଗଠନ ମଜବୁତ କରିଥିଲା। ଈଶ୍ୱର ଦିବଗଂତ ଆତ୍ମାକୁ ଶାନ୍ତି ଦିଅନ୍ତୁ।
ବାବୁଲାଲ୍ ୨୩ ଅଗଷ୍ଟ ୨୦୦୪ରୁ ୨୯ ନଭେମ୍ୱର ୨୦୦୫ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ବିଜେପିର ମୁଖ୍ୟମନ୍ତ୍ରୀ ଥିଲେ। ୧୯୩୦ ମସିହାରେ ଉତ୍ତର ପ୍ରଦେଶ ସ୍ଥିତ ପ୍ରତାପଗଢ଼ର ନୌଗିର ଗାଁରେ ବାବୁଲାଲ୍ ଜନ୍ମ ଗ୍ରହଣ କରିଥିଲେ। ୧୯୪୬ରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ସହ ଯୋଡ଼ି ହୋଇଥିଲେ।
from Odisha Reporter https://ift.tt/2L1jCBd
No comments:
Post a Comment