ନବରଙ୍ଗପୁର (ନବଘନ ବିଶୋୟୀ) : ମାତ୍ର ୪ ମାସ ହେବ ବିବାହ କରିଥିଲେ। ଆଖିରେ ଅସୁମାରି ସ୍ୱପ୍ନ ନେଇ ଶାଶୁ ଘରେ ପାଦ ଥାପିଥିଲେ। ହେଲେ ସବୁ ପୋଡ଼ି ଛାରଖାର ହୋଇଗଲା। ଯୌତୁକ ଜୁଇରେ ଜଳିଗଲା ନବବଧୂ। ଏପରି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ।
ବାପ ଘର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ମୃତା ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି ପଚରାଉଚରା କରୁଛି।
ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା କାକୁଡିଆମ୍ବ ଗ୍ରାମର ଧର୍ମାନନ୍ଦ ନାୟକ ଗତ ମେ ୧ ତାରିଖରେ କଳାହାଣ୍ଡିର ଚିଚିଆ ଗାଁର ରଶ୍ମିତା ସତନାମୀଙ୍କୁ ବିବାହ କରିଥିଲେ । ବୋହୂ ଆଣିଥିବା ଯୌତୁକ ଓ ସୁନାକୁ ନେଇ ଖୁସି ନ ଥିଲେ ରଶ୍ମିତାଙ୍କ ଶାଶୁ ଘର ଲୋକେ। ଏଥିଲାଗି ବାପ ଘରୁ ଅଧିକା ଟଙ୍କା ଆଣିବା ପାଇଁ ସେମାନେ ବୋହୂ ଉପରେ ଚାପ ପକାଉଥିଲେ। ଏପରିକି ତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବାକୁ ପଛାଉ ନ ଥିଲେ।
ଗତକାଲି ରଶ୍ମିତା ଅସୁସ୍ଥ ଥିବା ନେଇ ତାଙ୍କ ବାପ ଘର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକେ ପହଞ୍ଚିବା ପୂର୍ବରୁ ଶବକୁ ନବରଙ୍ଗପୁର ମେଡିକାଲକୁ ନିଆଯାଇ ଶବ ଗୃହରେ ରଖାଯାଇଥିଲା । ଝିଅ ଫ୍ୟାନ୍ରେ ରଶି ଦେଇ ଆତ୍ମହତ୍ୟା କରିଥିବା ତାଙ୍କ ଶାଶୁ ଘର ପକ୍ଷରୁ କୁହାଯାଉଛି। ହେଲେ ବାପ ଘର ଲୋକେ ଏହାକୁ ବିଶ୍ୱାସ ନ କରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି।
from Odisha Reporter https://ift.tt/2ZiTon5
No comments:
Post a Comment