ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର, ଅଫିସ୍ ଓ ବଡ଼ ଦୋକାନ ଘର ଆଦି କଲା ବେଳେ ଅନେକ ଲୋକ ବାସ୍ତୁକୁ ଗୁରୁତ୍ୱ ଦେଇଥା’ନ୍ତି। ତଥାପି କେଉଁଠି କେମିତି କିଛି ଭୁଲ୍ଭଟକା ରହିଗଲେ, ତା’ର ସମାଧାନର ସୂତ୍ର ବି ବାସ୍ତୁଶାସ୍ତ୍ରରେ ରହିଛି। ସେହିପରି ଯେଉଁମାନେ ବାସ୍ତୁକୁ ଏତେ ଗୁରୁତ୍ୱ ଦେଇ ଘର ବା ଦୋକାନ ଆଦି କରି ନାହାନ୍ତି ଓ ପରବର୍ତ୍ତୀ ସମୟରେ ସେମାନେ ଅନୁଭବ କରନ୍ତି ଯେ, କେଉଁଠି କିଛି ଭୁଲ୍ ରହିଯାଇଥିବା ଯୋଗୁ ଘରେ ଛୋଟ ଛୋଟ ସମସ୍ୟା ଲାଗି ରହୁଛି, ତା’ହେଲେ ତା’ର ବି ଉପାୟ ବାସ୍ତୁଶାସ୍ତ୍ରରେ ରହିଛି। ଅନେକ ସମୟରେ ଅତି ଛୋଟ ଛୋଟ ଉପାୟ ମଧ୍ୟ ଅନେକ ବଡ଼ ବଡ଼ ବାସ୍ତୁ ଦୋଷ ଦୂର କରିପାରେ। ତା’ ମଧ୍ୟରୁ ଗୋଟିଏ ହେଉଛି, ଫିଟିକିରିର ବ୍ୟବହାର। ତା’ହେଲେ ଆସନ୍ତୁ ଜାଣିବା, ଏହାକୁ କେମିତି ବ୍ୟବହାର କରିବେ।
୧- ଆପଣଙ୍କ ଘରେ କିମ୍ବା ଅଫିସର ଯେଉଁ ଜାଗାରେ ବାସ୍ତୁ ଦୋଷ ଥିଲେ ଫିଟିକିରି ରଖନ୍ତୁ। ମନେରଖିବେ ଫିଟିକିରି ପ୍ରତି ମାସରେ ବଦଳେଇବା ଜରୁରୀ।
୨- ଆପଣଙ୍କ ଦେକାନର ମୁଖ୍ୟ ଫାଟକ ଉପରେ ଏକ କଳା ରଙ୍ଗର କପଡ଼ାରେ ଫିଟିକିରି ବାନ୍ଧି ଝୁଲାଇ ଦିଅନ୍ତୁ। ଏହା ଆପଣଙ୍କ ଦୋକାନକୁ ସମସ୍ତ ଖରାପ ନଜରରୁ ରକ୍ଷା କରିବ।
୩- ଗାଧୁଆ ଘରେ ଏକ ଗିନାରେ ଫିଟିକିରି ରଖନ୍ତୁ। ଏହା ଘରକୁ ସମସ୍ତ ନକାରାତ୍ମକ ଶକ୍ତିରୁ ରକ୍ଷା କରିବ। ତେବେ ପ୍ରତିମାସରେ ଏହାକୁ ବଦଳାଇବାକୁ ଭୁଲିବେନି।
from Odisha Reporter https://ift.tt/2YZyYPI
No comments:
Post a Comment