ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଭାରତ ଧାରା ୩୭୦ ହଟାଇବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଭାରତର ଏହି ନିଷ୍ପତ୍ତିକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତ ସହ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଛି। ଏମିତିକି ଭାରତରେ ଥିବା ପାକିସ୍ତାନ ଦୂତାବାସର ଅଧିକାରୀଙ୍କୁ ସ୍ୱଦେଶ ଫେରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଇମ୍ରାନଙ୍କ ଏହି ନିଷ୍ପତ୍ତି ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
ପାକିସ୍ତାନର ଆର୍ଥିକ ସ୍ଥିତି ଦେବାଳିଆ ହେବା ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଛି। ଏପରି ସ୍ଥିତିରେ ଭାରତ ସହ ସମସ୍ତ ଚୁକ୍ତି ପାକିସ୍ତାନ ବାତିଲ୍ କରିବା ପରେ ନିବେଶକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯାହାର ପ୍ରଭାବ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ଉପରେ ମଧ୍ୟ ପଡ଼ିଛି। ଗତ ୪ ବର୍ଷ ମଧ୍ୟରେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ଗତକାଲି ସବୁଠୁ କମ୍ ହୋଇଯାଇଛି।
ପାକିସ୍ତାନର ଖବରକାଗଜ ଏବଂ ‘ସମା ଟିଭି’ରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ଇମ୍ରାନଙ୍କ ଏହି ନିଷ୍ପତ୍ତି ପାଇଁ ପାକିସ୍ତାନର ନିବେଶକ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ସେହିପରି ଆସନ୍ତା ବର୍ଷ ସୁଦ୍ଧା ପାକିସ୍ତାନ ତାର ଅଭିବୃଦ୍ଧି ହାର ୨.୭ ରହିବ ବୋଲି ଅନୁମାନ କରିଛି। ଇମ୍ରାନ୍ ସରକାରଙ୍କ ସମୟରେ ଦେଶର ମହଙ୍ଗା ହାର ୧୧ ପ୍ରତିଶତ ବଢ଼ିଛି।
from Odisha Reporter https://ift.tt/2ZLmKaE
No comments:
Post a Comment