ଟିକଟକ୍ ଭିଡିଓ ଚକ୍କରରେ କେନାଲକୁ ଡେଇଁଲା ଯୁବକ, ପାଣି ଆସିବାରୁ ଏମିତି ହେଲା ହାଲତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 9, 2019

ଟିକଟକ୍ ଭିଡିଓ ଚକ୍କରରେ କେନାଲକୁ ଡେଇଁଲା ଯୁବକ, ପାଣି ଆସିବାରୁ ଏମିତି ହେଲା ହାଲତ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଏବେ ଦିନକୁ ଦିନ ଅଧିକ ଭାଇରାଲ ହେବାରେ ଲାଗିଛି ଟିକଟିକ୍ ଭିଡିଓ। କି ପିଲା, କି ବୁଢ଼ା ଓ କି ପୁଲିସ, ଏବେ ସମସ୍ତେ ଟିକଟକ୍ ପଛରେ ପାଗଳ। ନିକଟରେ ଜଣେ ଯୁବକ ଟିକଟିକ୍ ଭିଡିଓ ବନାଇବା ଉଦ୍ଦେଶ୍ୟରେ ଏକ କେନାଲକୁ ଡେଇଁ ପଡ଼ିଥିଲା। ହେଲେ କେନାଲରେ ହଠାତ୍ ପାଣି ଆସିବାରୁ ବୁଡ଼ି ଯାଇଥିଲା। କିନ୍ତୁ ଠିକଣା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ଯୁବକ ଜଣଙ୍କ ଉଦ୍ଧାର ହୋଇପାରିଛନ୍ତି।

ଏଭଳି ଘଟଣା ମଧ୍ୟପ୍ରଦେଶ ନିମୁଚ ଜିଲ୍ଲାର ମନାସାରେ ଘଟିଛି। ଯୁବକଙ୍କ ନାମ ପପୁ ସିଂହ। ଗତକାଲି ସକାଳ ୧୦ଟା ସମୟରେ ଏକ କେନାଲରେ ଟିକଟକ୍ ଭିଡିଓ ବନାଇବା ପାଇଁ ଡେଇଁ ପଡ଼ିଥିଲା। କିନ୍ତୁ କେନାଲରେ ହଠାତ୍ ପାଣି ଆସି ଯାଇଥିଲା। ପାଣିର ସୁଅରେ ପପୁ ମଧ୍ୟ ଭାସି ଯାଇ ଏକ ପୋଲରେ ଲାଖି ଯାଇଥିଲା। କେନାଲ ବନ୍ଧରେ ଉପସ୍ଥିତ ଥିବା ଲୋକ ପପୁର ଏଭଳି ଅବସ୍ଥା ଦେଖି ପ୍ରଥମେ ମଜା ନେଉଥିଲେ। କିନ୍ତୁ କିଛି ସମୟ ପରେ ଜାଣିବାକୁ ପାଇଥିଲେ ଯେ ପପୁ ବୁଡ଼ି ଯାଉଛି। ଏହାପରେ ହଠାତ୍ ସ୍ଥାନୀୟ ଗାଁ ଲୋକଙ୍କୁ ଡ଼ାକି ପପୁକୁ ଉଦ୍ଧାର କରିଥିଲେ।



from Odisha Reporter https://ift.tt/2MTruav

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages