ଏହି ୪ଟି ଖାଦ୍ୟ ଆପଣଙ୍କୁ ଡାଇବେଟିସ୍‌ରୁ ଦୂରେଇ ରଖିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

ଏହି ୪ଟି ଖାଦ୍ୟ ଆପଣଙ୍କୁ ଡାଇବେଟିସ୍‌ରୁ ଦୂରେଇ ରଖିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରୀରକୁ ସବୁବେଳେ ସୁସ୍ଥ ରଖିବାରେ ଯେଉଁ ସବୁ ମିନେରାଲ୍ସ ଦରକାର ହୁଏ, ସେଥିମଧ୍ୟରୁ ଗୋଟିଏ ହେଉଛି ମ୍ୟାଗ୍ନେସିୟମ୍‌। ଏହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଏହା ଶରୀରରେ ଥିବା ଏନ୍‌ଜାଇମ୍‌ ସହ ମିଶି ଗ୍ଲୁକୋଜ୍‌ ତିଆରି କରିବାରେ ସାହାଯ୍ୟ କରେ। ଏଥିସହ ଇନ୍‌ସୁଲିନ୍‌ ତିଆରି କରିବା ପ୍ରକ୍ରିୟାକୁ ମଧ୍ୟ ସକ୍ରିୟ କରିଥାଏ। 

ମ୍ୟାଗ୍ନେସିୟମ୍‌ ଯୁକ୍ତ ଖାଦ୍ୟ ଖାଇଲେ ଟାଇପ୍‌-୨ ଡାଇବେଟିସ୍‌ର ହେବାର ସମ୍ଭାବନା କମ୍‌ ହୋଇଥାଏ। ଏହା ଆମ ସ୍ମରଣ ଶକ୍ତିକୁ ମଜଭୁତ କରେ। ଏଥିସହ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଅବସାଦ ଓ ମାଇଗ୍ରେନ୍ ପରି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। କେବଳ ଏତିକି ନୁହେଁ,  ଏହା କ୍ୟାଲସିୟମ୍‌ ସହ ମିଶି ହାଡ଼କୁ ମଜଭୁତ କରିଥାଏ ଓ ଆଣ୍ଠୁଗଣ୍ଠି ସମସ୍ୟାରୁ ରକ୍ଷା କରିଥାଏ। ଗର୍ଭସ୍ଥ ଶିଶୁ ପାଇଁ ମଧ୍ୟ ମ୍ୟାଗ୍ନେସିୟମ୍ ବେଶ୍ ଉପକାରୀ।  ତା’ହେଲେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟରେ ମ୍ୟାଗ୍ନେସିୟମ୍‌ ଭରି ରହିଛି।

କଦଳୀ: ଏଥିରେ ପୋଟାସିୟମ୍‌ ସହ ଭରପୂର ମାତ୍ରରେ ମ୍ୟାଗ୍ନେସିୟମ୍ ରହିଛି। ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। କଦଳୀ ଖାଇଲେ ସ୍ମରଣ ଶକ୍ତି ମଧ୍ୟ ବଢ଼େ।

ଆତ: ଆତର ମଞ୍ଜିରେ ମ୍ୟାଗ୍ନେସିୟମ୍‌ ଭରି ରହିଛି। ଏହି ମଞ୍ଜିକୁ ଖରାରେ ଶୁଖାଇ ହାଲ୍‌କା ତେଲ ଓ ଲୁଣ ଦେଇ ଭାଜି ଖାଇଲେ ଶରୀରକୁ ଭରପୂର ମ୍ୟାଗ୍ନେସିୟମ୍‌ ମିଳେ। ଏହା ଡାଇବେଟିସ୍ ସହିତ ଏକାଧିକ ରୋଗରୁ ଶରୀରକୁ ରକ୍ଷା କରେ।

ପିସ୍ତା ବାଦାମ: ପ୍ରତିଦିନ ରାତିରେ ୫ଟି ପିସ୍ତା ବାଦାମକୁ ପାଣିରେ ଭିଜାଇ ରଖନ୍ତୁ ଓ ସକାଳେ ଏହାକୁ ଖାଆନ୍ତୁ। ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟାରୁ ଏହା ଆପଣଙ୍କୁ ଦୂରେଇ ରଖିବ। ତା’ସହିତ ଏହା ସ୍ମରଣ ଶକ୍ତି ବୃଦ୍ଧିରେ ବି ସାହାଯ୍ୟ କରେ।

ସବୁଜ ପନିପରିବା: ଏଥିରେ ଆଇରନ୍‌ ସହ ମ୍ୟାଗ୍ନେସିୟମ୍‌ ମଧ୍ୟ ଥାଏ। ଏହା ଆମ ରକ୍ତରେ ହିମୋଗ୍ଲୋବିନ୍‌ର ମାତ୍ରାକୁ ଠିକ୍ ରଖିଥାଏ। ଏଥିସହ ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। କେବଳ ଏତିକି ନୁହେଁ, ଏହା ଆମ ସାଂସପେଶୀକୁ ମଜଭୁତ ରଖିବାରେ ସାହାଯ୍ୟ କରିଥାଏ। 



from Odisha Reporter https://ift.tt/2YWgR9i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages