ଧାରା ୩୭୦, ସାରା ଦେଶରେ ବିଜେପି କରିବ ପ୍ରେସ୍ କନଫରେନସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

ଧାରା ୩୭୦, ସାରା ଦେଶରେ ବିଜେପି କରିବ ପ୍ରେସ୍ କନଫରେନସ

ନୂଆଦିଲ୍ଲୀ: ଧାରା ୩୭୦କୁ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ବାବଦରେ ଲୋକଙ୍କ ପାଖକୁ ଯିବ ଶାସକ ଦଳ ଭାରତୀୟ ଜନତା ପାର୍ଟି। ଏଥିପାଇଁ ବିଜେପି ଦେଶର ସମସ୍ତ ଜିଲ୍ଲାରେ ପ୍ରେସ୍ କନଫରେନସ କରିବ। ବିଜେପି ଅଧ୍ୟକ୍ଷ ଅମିତ ଶାହ ସମସ୍ତ ରାଜ୍ୟର ଦଳୀୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଆଗାମୀ ଦୁଇ ତିନ ମଧ୍ୟରେ ଏହି ପ୍ରେସ କନଫରେନସ କରିବ ବିଜେପି। ଏହି ପ୍ରେସ୍ କନଫରେନସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ସରକାରଙ୍କ ଗୁଣଗାନ ହେବ ବୋଲି ଜଣାପଡ଼ିଛି।

ଖାଲି ଏତିକି ନୁହେଁ ସମସ୍ତ ବିଜେପି ଶାସିତ ରାଜ୍ୟର ବିଧାନସଭାରେ ଅଭିନନ୍ଦନ ପ୍ରସ୍ତାବ ପାରିତ କରିବା ପାଇଁ ଦଳ ତରଫରୁ ନିର୍ଦ୍ଦେଶ ଯାଇଛି। ଏଥିସହ ଜନସଙ୍ଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଚିନ୍ତାଧାରା ସଫଳ ହୋଇଛି ବୋଲି ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ପାଇଁ କୁହାଯାଇଛି।



from Odisha Reporter https://ift.tt/2Ywynps

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages