କଡ଼ାକଡ଼ି ହେଲା ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

କଡ଼ାକଡ଼ି ହେଲା ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଦେଶର ବିଭିନ୍ନ ବିମାନ ବନ୍ଦରର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ବିଶେଷ କରି ପୂର୍ବରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁୟର ଏବଂ ସୁରକ୍ଷା ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯାଇଛି ।

ରନୱେଠାରୁ ଆରମ୍ଭ କରି ସିକ୍ୟୁରିଟି ଯାଞ୍ଚ, ଟର୍ମିନାଲ୍ ପରିସର ତଥା ପାର୍କିଂ ଅଞ୍ଚଳକୁ ବେଶି ଗୁରୁତ୍ୱ ଦିଆଯାଇଛି ।ନନ୍-ପାର୍କିଂ ଅଞ୍ଚଳରେ ରଖାଯାଉଥିବା ଗାଡ଼ିଗୁଡ଼ିକ ଉପରେ ସନ୍ଦେହ  ହେଲେ ପାର୍କିଂ  ସମୟରେ ସତର୍କତା ଅବଲମ୍ବନ କରିବାକୁ ବିମାନବନ୍ଦର ପକ୍ଷରୁ କୁହାଯାଇଛି ।

ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପ୍ରତିବର୍ଷ ସୁରକ୍ଷା କଡ଼ାକଡ଼ି କରାଯାଉଥିବା ବେଳେ ଏଥର ଧାରା ୩୭୦ ଯୋଗୁ ବେଶ୍ କିଛିଦିନ ପୂର୍ବରୁ ଏପରି ସତର୍କତା ଅବଲମ୍ବନ କରାଯାଉଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।



from Odisha Reporter https://ift.tt/2GVldYk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages