ମହାନଦୀରେ ହେବ ମଧ୍ୟମ ବନ୍ୟା, ଭୟ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

ମହାନଦୀରେ ହେବ ମଧ୍ୟମ ବନ୍ୟା, ଭୟ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଘୁଚାପଜନିତ ଲଗାଣ ବର୍ଷା ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କମିଛି। ଫଳରେ ବିଭିନ୍ନ ନଦୀର ଜଳସ୍ତର  ହ୍ରାସ ପାଇବା  ସହ ବନ୍ୟା ସ୍ଥିତିରେ ମଧ୍ୟ ସୁଧାର ଆସିଛି।  ଜଳସ୍ତର ହ୍ରାସ ପାଉଥିବାରୁ ବିଭିନ୍ନ ଜିଲାରେ ବନ୍ୟା ଆଶଙ୍କା ଟଳିଥିବା କହିଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା।

ଜଳସମ୍ପଦ ସଚିବଙ୍କ କହିବା ଅନୁଯାୟୀ, ମହାନଦୀ  ଓ ତେଲନଦୀର ଜଳସ୍ତର  ହ୍ରାସ ପାଉଛି ।  ତଥାପି ମହାନଦୀରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି। ଏଥିଯୋଗୁ ଭୟଭୀତ ହେବାର ଆଶଙ୍କା ନ ଥିବା ସେ ସୂଚନା ଦେଇଛନ୍ତି।

କଟକ ମୁଣ୍ଡଳିରେ ଗୁରୁବାର ସକାଳ ୬ଟାରୁ ୧୦ଟା ମଧ୍ୟରେ ୧୧.୫ ଲକ୍ଷ  କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଖଇରମାଳରେ ଗତକାଲି ମଧ୍ୟରାତ୍ରିରେ ୧୧ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା ।  ଆଜି ରାତି ୩ଟା ସୁଦ୍ଧା ବନ୍ୟାଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେବ ବୋଲି ସୂଚନା ଦେଇଛନ୍ତି ସଚିବ ପ୍ରଦୀପ ଜେନା ।

ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା କମ୍ ଥିବାରୁ ବନ୍ୟା ଆଶଙ୍କା ନାହିଁ । ନଦୀର ଜଳସ୍ତରକୁ ଦେଖି ହୀରାକୁଦର ଗେଟ୍ ଖୋଲିବାକୁ ନିୟନ୍ତ୍ରଣ କରାଯିବ । ଏହାସହ ନଦୀବନ୍ଧଗୁଡିକ ଉପରେ ଅନବରତ ନଜର ରଖିବାକୁ ସରକାର ସତର୍କତା ଜାରି କରିଛନ୍ତି । ବନ୍ୟା ପରିସ୍ଥିତି ପ୍ରତି ସତର୍କ ରହିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ସତର୍କ କରିଦିଆଯାଇଛି ।

ମୁଣ୍ଡଳୀରେ  ବନ୍ୟା ଜଳ  ପ୍ରବାହକୁ ନଜରରେ ରଖି  ହୀରାକୁଦର ଗେଟ୍‌କୁ ନିୟନ୍ତ୍ରଣ କରାଯିବ । ଏହାକୁ ନେଇ ଜନତା ଭୟଭୀତ ନହେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା



from Odisha Reporter https://ift.tt/31Eskwg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages