ଭାରତ ଏବଂ ପାକିସ୍ତାନରେ ଅଲଗା ଅଲଗା ଦିନ ସ୍ୱାଧୀନତା ଦିବସ ପାଳନ କରାଯାଏ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

ଭାରତ ଏବଂ ପାକିସ୍ତାନରେ ଅଲଗା ଅଲଗା ଦିନ ସ୍ୱାଧୀନତା ଦିବସ ପାଳନ କରାଯାଏ କାହିଁକି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତରେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। କିନ୍ତୁ ପାକିସ୍ତାନରେ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ପାଳନ ହୁଏ। କିନ୍ତୁ ଦୁଇ ଦେଶ ଗୋଟିଏ ଦିନ ସ୍ୱାଧୀନତା ପାଇଥିଲେ ଏବଂ ଭାରତ ପାଖରୁ ପାକିସ୍ତାନ ଅଲଗା ହୋଇ ନୂଆ ରାଷ୍ଟ୍ରର ମାନ୍ୟତା ପାଇଥିଲା।

ତେବେ ଆଗ ପଛ ହୋଇ ସ୍ୱାଧୀନତା ଦିବସ ମନାଇବା ପଛରେ ଇତିହାସ ପୃଷ୍ଠାରେ ଓ ଇତିହାସ ବିଶାରଦଙ୍କ ମଧ୍ୟରେ ଅନେକ ରୋଚକ ତଥ୍ୟ ରହିଥିବା ସାମ୍ନାକୁ ଆସିଥାଏ। ପାକିସ୍ତାନର ଇତିହାସ ବିଶେଷଜ୍ଞ ଅଜିଜ ତାଙ୍କ ବହି ‘ମର୍ଡର ଅଫ୍ ହିଷ୍ଟ୍ରୀ’ରେ ଲେଖିଛନ୍ତି  ଲର୍ଡ ମାଉଣ୍ଟବ୍ୟାଟେନ ଭାରତ ଓ ପାକିସ୍ତାନକୁ କ୍ଷମତା ହସ୍ତାନ୍ତର କରିଥିଲେ। ମାଉଣ୍ଟବେଟନ ଗୋଟିଏ ସମୟରେ ଦିଲ୍ଲୀ ଏବଂ କରାଚି ଉଭୟ ସ୍ଥାନରେ ରହିପାରିବେ ନାହିଁ। କ୍ଷମତା ହସ୍ତାନ୍ତର ବେଳେ ଦୁଇ ଦେଶ ଜାତୀୟ ପତାକା ଉତ୍ତୋଳନ ମାଉଣ୍ଟବ୍ୟାଟେନଙ୍କ ଉପସ୍ଥିତିରେ ହେବାର ଥିଲା। ତେଣୁ ଆଗ ପଛ ହୋଇ ଦୁଇ ଦେଶ ସ୍ୱାଧୀନତା ଦିବସ ପାଳନ କରିଥିଲେ।

ଯେହେତୁ ମାଉଣ୍ଟବ୍ୟାଟେନ ଭାଇସରୟ ଥିଲେ ତେଣୁ ସେ କାହାକୁ କେତେବେଳେ କ୍ଷମତା ହସ୍ତାନ୍ତର କରିବେ ସେ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ଥିଲା। ତେଣୁ ୧୪ ଅଗଷ୍ଟରେ ପାକିସ୍ତାନକୁ ସେ କ୍ଷମତା ହସ୍ତାନ୍ତର କରିଥିବା ବେଳେ ଭାରତକୁ ୧୫ ଅଗଷ୍ଟରେ କ୍ଷମତା ହସ୍ତାନ୍ତର କରିଥିଲେ। କିନ୍ତୁ ପାକିସ୍ତାନ ୧୪ ଅଗଷ୍ଟରେ ସ୍ୱାଧୀନତା ପାଇନଥିଲା କାରଣ ଇଣ୍ଡିଆନ୍ ଇଣ୍ଡିପେଡେନ୍ସ ଆକ୍ଟରେ ଉଭୟ ଦେଶ ସ୍ୱାଧୀନତା ପାଇବାର ତାରିଖ ଅଗଷ୍ଟ ୧୫ ରହିଛି।

ଦୁଇ ଦେଶର ସ୍ୱାଧୀନତାକୁ ନେଇ ବିଭିନ୍ନ ତର୍କ ସାମ୍ନାକୁ ଆସିଥାଏ। ସେଥିର ୧୪ ଅଗଷ୍ଟ ରମଜାନ୍ ମାସ ଆରମ୍ଭର ୨୭ ଦିନ ପରେ ପଡ଼ିଥିଲା। ମୁସଲମାନଙ୍କ ପବିତ୍ର ଧର୍ମଗ୍ରନ୍ଥ କୋରାନରେ ଏହା ଏକ ପବିତ୍ର ଦିନ ବୋଲି ଉଲ୍ଲେଖ ରହିଥିବାରୁ ୧୪ ଅଗଷ୍ଟରେ ପାକିସ୍ତାନ ସ୍ୱାଧୀନତା ଦିବସ ପାଳନ କରିଥିଲା।

ଅନ୍ୟ କିଛି ଇତିହାସ ବିଶାରଦ ଯୁକ୍ତି ରଖନ୍ତି ଯେ ଇଣ୍ଡିଆନ୍ ଇଣ୍ଡିପେନଡେନ୍ସ ଆକ୍ଟ ନୂଆଦିଲ୍ଲୀରେ ରାତି ୧୨ଟାରେ ସ୍ୱାକ୍ଷରିତ ହୋଇଥିଲା। ଭାରତୀୟ ସମୟ ଅନୁସାରେ ପାକିସ୍ତାନର ସମୟ ଭାରତ ପାଖରୁ ୩୦ ମିନିଟ୍ ବିଳମ୍ୱରେ ଚାଲିଥାଏ। ତେଣୁ ଇଣ୍ଡିପେନଡେନ୍ସ ବିଲ୍ ରାତି ୧୨ରେ ପାସ୍ ହେବା ବେଳେ ଭାରତର ତାରିଖ ୧୫ ଅଗଷ୍ଟ ହୋଇଥିଲା। ପାକିସ୍ତାନରେ ସେତେବେଳେ ରାତି ୧୧ଟା ୩୦ ସାଙ୍ଗକୁ ତାରିଖ ୧୪ ଅଗଷ୍ଟ ରହିଥିଲା। ତେଣୁ ପାକିସ୍ତାନ ତା’ର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ ତାରିଖରେ ପାଳନ କରିଥାଏ।



from Odisha Reporter https://ift.tt/2TuZhYT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages