ପୁଣି ଥରେ ଏୟାର ଷ୍ଟ୍ରାଇକ୍ ହେବ କି? ଜବାବ ଦେଲେ ସେନା ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 22, 2019

ପୁଣି ଥରେ ଏୟାର ଷ୍ଟ୍ରାଇକ୍ ହେବ କି? ଜବାବ ଦେଲେ ସେନା ମୁଖ୍ୟ

ନୂଆଦିଲ୍ଲୀ: ପୁଣି ଥରେ ସକ୍ରିୟ ହୋଇଛି ପାକିସ୍ତାନ ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ୍। ଏବେ ପୁଣି ଥରେ ୪୦ ଜଣ ଜିହାଦୀଙ୍କୁ ପ୍ରଶିକ୍ଷଣ ଦେଉଛି ବୋଲି ଆର୍ମି ମୁଖ୍ୟ ବିପୀନ ରାଓ୍ୱତ ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି। ସୂଚନାଯୋଗ୍ୟ, ପୁଲଓ୍ୱାମାରେ ଚଳିତ ବର୍ଷ ଫେବୃଆରୀ ୧୪ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଜବାବରେ ଭାରତୀୟ ବାୟୁସେନା ଫେବୃଆରୀ ୨୬ର ପାକିସ୍ତାନ ସ୍ଥିତ ବାଲାକୋଟରେ ଚାଲିଥିବା ଜୈଶ-ଇ-ମହମ୍ମଦର ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାପରେ ଏହି ଆତଙ୍କବାଦୀ କ୍ୟାମ୍ପ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏଥିରେ ଶହ ଶହ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।

ଏବେ ପୁଣିଥରେ ବାଲାକୋଟ ସ୍ଥିତ ଆତଙ୍କବାଦୀ କ୍ୟାମ୍ପ ସକ୍ରିୟ ହେବା ପରେ ଏହାକୁ ପ୍ରତିହତ କରିବା ପାଇଁ ପୁଣିଥରେ ଏୟାର ଷ୍ଟ୍ରାଇକ୍ କରିବ କି ଭାରତ? ଏଭଳି କିଛି ପ୍ରଶ୍ନ ଆର୍ମି ମୁଖ୍ୟ ବିପୀନ ରାଓ୍ୱତଙ୍କୁ ସାମ୍ନା କରିବାକୁ ପଡ଼ିଥିଲା। ଯାହାର ଜବାବରେ ସେ କହିଛନ୍ତି ଆମେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିବାକୁ ନାହିଁ ଜାଣିନୁ। ପାକିସ୍ତାନକୁ ଅନୁମାନ କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି।

ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ନାହିଁ। ଉତ୍ତର ଏବଂ ପଶ୍ଚିମ ସୀମାରେ ଭାରତୀୟ ସେନା ଉପସ୍ଥିତ ରହିଛନ୍ତି। ପଶ୍ଚିମ ସୀମାର ପଡ଼ୋଶୀ ଜମ୍ମୁ କଶ୍ମୀରରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ସେଥିପାଇଁ ବାରମ୍ୱାର ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି। ସେନା ମଧ୍ୟ କଡ଼ା ଜବାବ ଦେଉଛି। ଏହି ସମୟରେ ସେନାର ନେତୃତ୍ୱ ନେବା ପାଇଁ ଦକ୍ଷ ସେନା ଅଧିକାରୀର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। ପାକିସ୍ତାନ ଏବଂ ଚାଇନାର ନାଁ ନନେଇ ପରୋକ୍ଷରେ ଏପରି କହିଛନ୍ତି ବିପୀନ ରାଓ୍ୱତ୍। ଆଗାମୀ ଦିନରେ ସାଇବର ଯୁଦ୍ଧ ହେବ। ତେଣୁ ଏହାକୁ ନଜରରେ ରଖି ଏବେ ସେନାର ଜଣେ ଦକ୍ଷ ସେନା ଅଧିକାରୀର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। ଯିଏ କି ଏ ସମସ୍ତ ବାବଦରେ ଜାଣିଥିବେ।



from Odisha Reporter https://ift.tt/2NujKgg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages