ରୋଗୀକୁ ନେଇ ଯାଉଥିଲା ଆମ୍ବୁଲାନ୍ସ; ପିଟିଲା ପିକ୍‌ଅପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 22, 2019

ରୋଗୀକୁ ନେଇ ଯାଉଥିଲା ଆମ୍ବୁଲାନ୍ସ; ପିଟିଲା ପିକ୍‌ଅପ୍‌

ସୋର( ଶଶିକାନ୍ତ ବେହେରା); ‍ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଓଭରବ୍ରିଜ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି।  ସୋର ଅଞ୍ଚଳର ଜଣେ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲେଶ୍ୱର ଡାକ୍ତରଖାନା ନିଆଯାଉଥିଲା। ମାତ୍ର  ଖନ୍ତାପଡ଼ାରେ ଏକ ଗୋରୁ ବୋଝେଇ ପିକଅପ୍‌ ପଛରୁ ଆମ୍ବୁଲାନ୍ସକୁ ପିଟି ଦେଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଉକ୍ତ ଯୁବତୀଙ୍କ ସମେତ ତାଙ୍କ ବାପାମା’ ମଧ୍ୟ ଗୁରୁତର ହୋଇଛନ୍ତି।  ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ନେବାରୁ ଜଣାଯାଇଛି, ଭଦ୍ରକରୁ ଗୋଟିଏ ଗୋରୁ ବୋଝେଇ ପିକ୍‌ଅପ୍‌  ଜଳେଶ୍ୱର ଆଡକୁ ଯାଉଥିଲା। ପିକ୍‌ଅପ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଖନ୍ତାପଡ଼ା ଓଭରବ୍ରିଜ ନିକଟରେ  ଏକ ଆମ୍ବଲାନ୍ସକୁ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଗୁରୁତର ୩ ଜଣଙ୍କୁ ବାଲେଶ୍ୱର ପଠାଇ ଦିଆଯାଇଛି। ହେଲେ ସେମାନଙ୍କ ପରିଚୟ ଜଣା ପଡ଼ିନାହିଁ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ପିକ୍‌ଅପ୍‌କୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି।  ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି।



from Odisha Reporter https://ift.tt/30n7BzT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages