ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ: ଏଥର ଟାର୍ଗେଟ୍‌ କୋଟିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 2, 2019

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ: ଏଥର ଟାର୍ଗେଟ୍‌ କୋଟିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ବିଧିବଦ୍ଧ ଭାବେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ମୁଖ୍ୟାଳୟରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ପାଇଁ ଦଳ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଯାହାର ଆବାହକ ବିଧାୟକ ଦେବୀ ପ୍ରସାଦ ମିଶ୍ର ଅଛନ୍ତି। ତାଙ୍କ ନେତୃତ୍ୱରେ କମିଟି ଅଭିଯାନକୁ ରାଜ୍ୟର ତୃଣମୂଳ ସ୍ତରରେ ପହଞ୍ଚାଇବାର ଯୋଜନା ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳର ବିଭିନ୍ନ ୱାର୍ଡରେ ଲୋକଙ୍କୁ ଦଳ ସହ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଚଳିତ ଥର ଅଫ୍ ଲାଇନ୍ ସହ ଅନ୍‌ଲାଇନରେ ବି ବିଜେଡି ସଭ୍ୟ ସଂଗ୍ରହ କରିବ। ପ୍ରାୟ ୧ କୋଟି ସଭ୍ୟ ସଂଗ୍ରହ ଲାଗି ଦଳ ଲକ୍ଷ୍ୟ ରଖିଛି। ପ୍ରତି ଓ୍ୱାର୍ଡରୁ ୪, ଏନଏସିରୁ ୫, ମ୍ୟୁନିସପାଲିଟିରୁ ୧୫ ଓ କର୍ପୋରେସନରୁ ୪୦ ଜଣ ସକ୍ରିୟ ସଦସ୍ୟ ଏଥିରେ ସାମିଲ ହେବେ। ସେମାନେ ଜଣ ପିଛା ୨୫ ଜଣଙ୍କୁ ସଦସ୍ୟ କରାଇବେ। ଅକ୍ଟୋବର ୩୧ ତାରିଖ ଯାଏ ଏହି ଅଭିଯାନ ଚାଲିବ।



from Odisha Reporter https://ift.tt/2klInPq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages