ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ବନଖଣ୍ତ ଅଧିକାରୀ ସଦଳବଳେ ଚଢ଼ାଉ କରି ଏକ ଶାଗୁଆନ କାଠ ବୋଝେଇ ଟ୍ରକକୁ ରବିବାର ରାତିରେ ଜବତ କରିଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ଦେଇଛନ୍ତି ଖଣ୍ଡପଡା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡା।
ଖଣ୍ଡପଡା ବନାଞ୍ଚଳ ଅଧୀନ କୋସକା ଅଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ଦଶପଲ୍ଲା ଅଞ୍ଚଳକୁ ଟ୍ରକ ଯୋଗେ ଚୋରାରେ ଶାଗୁଆନ ଲଗ ଚାଲାଣ ହେଉଥିଲା। ଏ ସଂକ୍ରାନ୍ତରେ ବିଶେଷ ସୂତ୍ରରୁ ଖବରପାଇ ବନ ବିଭାଗ କର୍ମଚାରୀ ଅଚାନକ ଚଢ଼ାଉ କରିଥିଲେ। ସେମାନେ କଣ୍ଟିଲୋ-ସିଧାମୂଳା ରାସ୍ତାର ଅକୁରାବନ୍ଧ ଗ୍ରାମ ନିକଟରେ ଟ୍ରକଟିକୁ ଜବତ କରିଥିଲେ।
ତେବେ ଟ୍ରକଟିକୁ ବନ ବିଭାଗ କର୍ମଚାରୀ ପିଛା କରୁଥିବା ଜାଣିପାରି ଚାଳକ ଖସି ପଳାଇଥିଲେ। ବାରମ୍ବାର ବନ ବିଭାଗ କର୍ମଚାରୀ ଚୋରା କାଠ ଜବତ କରିବା ବେଳେ କାଠ ମାଫିଆମାନେ ଖସି ପଳାଉଥିବା ଦେଖିବାକୁ ମିଳୁଛି । ବନ ବିଭାଗ କୌଣସି ମାଫିଆ କୁ ଜାଣିଶୁଣି ଗିରଫ କରୁ ନ ଥିବା ସାଧାରଣ ରେ ଅଭିଯୋଗ ହେଉଛି ।
from Odisha Reporter https://ift.tt/2kjDDK0
No comments:
Post a Comment